ରିପୋର୍ଟ କାର୍ଡ / ଭଦ୍ରକ
‘ ବାପା, ମା ମୋତେ କ୍ଷମା କରିଦେବେ। ମୁଁ ଯାହାକୁ ନିଜର ଭାବିଥିଲି ସେ ହିଁ ମୋ ଜୀବନକୁ ନଷ୍ଟ କରିଦେଲା । ମୋତେ ସମାଜରେ ବଞ୍ଚିବାକୁ ଦେଲାନି । କେତେ ନିନ୍ଦା ଅପବାଦ ସହିବି, ମୁଁ ଥକିପଡିଛି, ଆଉ ପାରୁନି । କେହି ମୋର ନିଜର ହେଲେ ନାହିଁ । ପଇସା ପାଇଁ ମୋତେ ସବୁ ପର କରିଦେଲେ । କାହାକୁ କହିବି ଏ ଦୁଃଖ କଥା । ଆପଣା ଭାବି ଯାହାକୁ ମୁଁ ବଡଭାଇ ଭଳି ମାନୁଥିଲି, ସେ ମୋତେ ଧୋକ୍କା ଦେଲା । ଗୋଟେ ଝିଅ ପାଇଁ ମୋତେ ଭୁଲିଗଲା । ଆଉ ସେହି ଝିଅ ଯାହାକୁ ମୁଁ ଜୀବନ ଠୁ ଅଧିକ ଭଲ ପାଏ, ସିଏ ବି ମୋ ବିଶ୍ବାସ ସହ ଖେଳିଲା । ମୋତେ ଏଡାଇ ମୁଁ ଯାହାକୁ ବଡ ଭାଇ ମାନୁଥିଲି ତାଆରି ହୋଇଗଲା । ତା ପାଇଁ ମୁଁ ହାରିଗଲି। ପ୍ରକୃତରେ ମୋର ହିଁ ବୁଝିବା ଭୁଲ ଥିଲା । ମୁଁ ଆଉ କିଛି କରି ପାରିଲିନି । ମୁଁ ତୁମମାନଙ୍କୁ ଛାଡି ବହୁ ଦୂରକୁ ଚାଲିଯାଉଛି । ଆଉ ଯାହା ଡିଟେଲସ ମୋ ମୋବାଇଲରୁ ପାଇଯିବ । ମୋତେ ସେହି ଦୁହେଁ ମିଶି ମରିବାକୁ ବାଧ୍ୟ କରିଛନ୍ତି । ଏତିକି କହି ରହୁଛି ବାପା । Love you bapa ‘..’ ବାପା ଏହି ଦୁଇ ଜଣଙ୍କୁ ଛାଡିବନି । ଏମିତି କଷ୍ଟ ଦେବ ଯେମିତି ଆଉ କାହା ସହ ଏମିତି କରିବାକୁ ସାହସ କରିବେନି। ।’ ଏଥିଲା ମୃତ ଦିଗବିଜୟ ସ୍ବାଇଁଙ୍କ ଶେଷ କଥା। ମୃତ୍ୟୁ ପୂର୍ବରୁ ସେ ଛାଡ଼ିଯାଇଥିବା ସୁଇସାଇଡ୍ ନୋଟରେ ତାଙ୍କ ମନର ବେଦନା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଭଦ୍ରକ ଜିଲ୍ଲା ତେନ୍ତୁଳିଗଢିଆ ଗାଁରେ। ମୃତକ ସେହି ଗାଁର ୨୨ ବର୍ଷୀୟ ଦିଗବିଜୟ ସ୍ବାଇଁ । ଡିପ୍ଲୋମା ପାଠ ସାରିବା ପରେ ସେ ଘରେ ରହୁଥିଲେ । କିଛିଦିନ ହେବ ନିଜ ପ୍ରେମ ସମ୍ପର୍କ ନେଇ ଚିନ୍ତାରେ ଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଦିଗବିଜୟଙ୍କ ଜଣେ ସାଙ୍ଗ ତାଙ୍କ ବଡବାପାଙ୍କୁ ଫୋନ ଯୋଗେ ଏକ ସୁଇସାଇଡ଼ ନୋଟ କଥା କହିଥିଲେ । ପରେ ପରିବାର ଲୋକେ ଦିଗବିଜୟଙ୍କ ରୁମକୁ ଯାଇ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ । କିନ୍ତୁ ପରେ ଦିଗବିଜୟଙ୍କ ସେହି ସାଙ୍ଗ ଚିଠି ଗାଏବ କରିବା ସହ ଦିଗବିଜୟଙ୍କ ମୋବାଇଲ ଭାଙ୍ଗି ଦେଇଥିବା କହିଛନ୍ତି ଘର ଲୋକେ । ଏନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଚିଠିରୁ ଏହି ଆତ୍ମହତ୍ୟା ପ୍ରେମ ଓ ପ୍ରତାରଣା ଜନୀତ ସନ୍ଦେହ କରାଯାଉଛି । ଯେଉଁ ସାଙ୍ଗକୁ ବଡ ଭାଇ ଭାବିଥିଲେ ଆଉ ଯାହାକୁ ପ୍ରେମ କରୁଥିଲେ, ସେମାନଙ୍କୁ ହିଁ ଇଙ୍ଗିତ କରୁଛି ଦିଗବିଜୟଙ୍କ ଚିଠି । ଏକ ପ୍ରେମକାହାଣୀରେ ବିଶ୍ବାସ ଭଙ୍ଗର ବେଦନା, ଜୀବନ ଉପରୁ ତୁଟାଇଦେଲା ଆସ୍ଥା ।
More Stories
ସ୍ୱର୍ଗଦ୍ୱାରରେ କାଠ ବଦଳରେ ଘସିରେ ହେବ ଶବଦାହ…..
ଶିଳ୍ପାଙ୍କ ସହ ଫଟୋ ଉଠାଇବା ସେବାୟତଙ୍କୁ ମହଙ୍ଗା ପଡିଛି….
ଧର୍ମ ପରିବର୍ତ୍ତନ କରିଥିବାରୁ ଘରରେ ପଡ଼ିରହିଛି ଶବ…..