ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରର ଏକ ଭଡ଼ା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଧଉଳି ଥାନା ନୂଆଗାଁ ସ୍ଥିତ ଭଡ଼ା ଘରୁ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ଦେବଗଡ଼ ଜିଲ୍ଳା ଶଶିଭୂଷଣ ପ୍ରଧାନ ହୋଇଥିବା ବୋଲି ଜଣାପଡିଛି | ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ- ଶଶିଭୂଷଣ ଭୁବନେଶ୍ୱରରେ ରହି ଚାକିରି କରୁଥିବା କୁହାଯାଉଛି । ତେବେ କେଉଁ କାରଣରୁ ଶଶିଭୂଷଣଙ୍କ ମୃତ୍ୟୁ ହୋଇଛି ସେନେଇ ଜଣାପଡ଼ିନାହିଁ ।






More Stories
ରାଜପଥରେ ଯୁବକଙ୍କୁ ହାଣିଦେଲେ…..
ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ…..
ଜଳୁଛି ରାଜଧାନୀ;ରେକର୍ଡ ଭାଙ୍ଗିଲା ତାତି…..