ରିପୋର୍ଟ କାର୍ଡ / ଯାଜପୁର
ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୁଆଖିଆ ନିକଟରେ ଏକ ଅଜଣା ଗାଡି ବାଇକ୍ କୁ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣେ ସବ୍ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଛି।ମୃତକ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାର ସବ୍ ଇନ୍ସପେକ୍ଟର ବବ୍ରୁବାହନ ନାୟକ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତିରେ ବବ୍ରୁବାହନ କଟକରୁ ସ୍ଵାସ୍ଥ୍ୟ ପରୀକ୍ଷା କରି ଏକ ବାଇକରେ ନିଜ ପୁଅ ସହ ଫେରୁଥିଲେ। ଏତିକି ବେଳେ ବିପରୀତ ଦିଗରୁ ଦ୍ରୁତ ଗତି ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସବ୍ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଥିଲା। ଏବଂ ତାଙ୍କ ପୁଅକୁ ତୁରନ୍ତ କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..