ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ୨୭୪ଟି ଜିଲ୍ଲାରେ କରୋନା ପଜିଟିଭିଟି ହାର ୫-୧୫ ପ୍ରତିଶତ ଥିବାବେଳେ, ୧୪୬ଟି ଜିଲ୍ଲାରେ ପଜିଟିଭିଟି ହାର ୧୫ ପ୍ରତିଶତରୁ ଅଧିକ ରହିଛି । ତେବେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଥିବାବେଳେ ମୃତ୍ୟୁହାର ହ୍ରାସ ପାଇ ୧.୧୭ ପ୍ରତିଶତରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଷ ଭୂଷଣ କହିଛନ୍ତି । ଦେଶର କରୋନା ସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଭୂଷଣ କହିଛନ୍ତି ଯେ ଦିଲ୍ଲୀର କରୋନା ସ୍ଥିତିର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ କାମ କରୁଛନ୍ତି । ଖୁବଶୀଘ୍ର ଦିଲ୍ଲୀରେ ଅତିରିକ୍ତ ୧୬୪ଟି ଅକ୍ସିଜେନ ବେଡ୍ ଓ ୧୨୨ଟି ଆଇସିୟୁ ବେଡ୍ ଯୋଗ କରାଯିବ । ସେ କହିଛନ୍ତି ଯେ ଦେଶରେ ଏବେ ୨୧,୫୭,୦୦୦ ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି, ଯାହାକି ଗତ ବର୍ଷର ସର୍ବୋଚ୍ଚ ସକ୍ରିୟ ସଂକ୍ରମଣ ସଂଖ୍ୟାର ଦୁଇଗୁଣ । ଦେଶରେ ଏବେ ପ୍ରାୟ ୧୩ କୋଟି ଲୋକଙ୍କୁ ଟିକା ଦିଆଯାଇଛି ଓ ଗତ ୨୪ ଘଣ୍ଟାରେ ପ୍ରାୟ ୩୦ ଲକ୍ଷ ଡୋଜ୍ ଟିକା ଦିଆଯାଇଛି ।
More Stories
ଜାଲିକାଟୁ ଖେଳରେ ୭ ମୃତ,୪୦୦ରୁ ଅଧିକ ଆହତ….
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..
ସୈଫ୍ଙ୍କୁ ଆକ୍ରମଣ:ସନ୍ଦୀଗ୍ଧ ଆକ୍ରମଣକାରୀ ଗିରଫ…..