Report Card Odisha

| Daily Odia News

ଦେବ ଦୂତ ସାଜିଲେ ଜିଲ୍ଲାପାଳ…..

ରିପୋର୍ଟ କାର୍ଡ / ଗଞ୍ଜାମ

ସେ ହେଉଛନ୍ତି ଅନାଥର ଦେବଦୂତ | ଜଣେ ଦରଦୀ ମଣିଷ | ସେ ଜଣେ ସହୃଦୟ ବାନ ବ୍ୟକ୍ତି | ଆଉ ଜଣେ ଭଲ ଦଧ୍ୟକ୍ଷ ପ୍ରଶାସକ | ଆମେ ଯାହାଙ୍କ କଥା କହୁଛୁ ସେ ଆଉକେହି ନୁହଁନ୍ତି ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ | ବାପା ମା ଛେଉଣ୍ଡ ଅନାଥ ଶିଶୁଙ୍କୁ ସହାୟତାର ହାତ ବାଢ଼ିଛନ୍ତି ଜିଲ୍ଲାପାଳ | ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ର ପାଟପୁର ଗ୍ରାମରେ ଦୁଖଦଃ ଘଟଣା ଘଟିଛି | ଗ୍ରାମର ଜି.ଉପେନ୍ଦ୍ର ରେଡ୍ଡୀ ୫ ବର୍ଷ ପୂର୍ବେ ୩ ସନ୍ତାନ, ସ୍ତ୍ରୀ ,ମା କୁ ଛାଡି ଆରପାରିକୁ ଚାଲି ଯାଇଥିଲେ | ପରେ ଉପେନ୍ଦ୍ରଙ୍କ ପତ୍ନୀ ଜି. ସବିତା ରେଡ୍ଡୀ ଆଜିକୁ କିଛି ଦିନ ତଳେ ରୋଗାକ୍ରାନ୍ତ ହୋଇ ଆରପାରିକୁ ଚାଲି ଯାଇଛନ୍ତି | ମୁଖାଗ୍ନୀ ଦେଇଥିଲେ ତାଙ୍କର ୭ ବର୍ଷର ପୁଅ | ମା ର ମମତା କଣ ବୁଝିବା ପୂର୍ବରୁ ସେମାଙ୍କ ପାଖରୁ ଛିଡି ଯାଇଥିଲା ମମତାର ଡୋରି | ପିଲାଏ ହରାଇ ବସିଲେ ମା କୁ | ଏବେ ଘରେ ୩ ନାବାଳକ ଶିଶୁ | ବଡ଼ ଝିଅ ଜି.ସୋନାଲି ରେଡ୍ଡୀ ୧୪ ବର୍ଷ , ଜି.ଜଗବଳିଆ ରେଡ୍ଡୀ ୭ ବର୍ଷ ଏବଂ ଜି. ଭବାନୀ ରେଡ୍ଡୀ ୬ ବୋଲି ଜଣାପଡିଛି | ସବିତା ରେଡ୍ଡୀ (ମା)ଙ୍କର ଶୁଦ୍ଧି କ୍ରିୟା ଚାଲିଥିବ ବେଳେ ହଠାତ ପହଂଚି ଯଇଥିଲେ ସେହି ସହୃଦୟ ବ୍ୟକ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ | ତାଙ୍କ ସହିତ ରହିଥିଲେ ସାନଖେମୁଣ୍ଡିର ତହସିଲ ଦାର,ବିଡ଼ିଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ , ସିଆରସିସି | ୩ ନାବାଳକ ଶିଶୁଙ୍କ ସହିତ ଆଲୋଚନା କରି ସୁବିଧା ଅସୁବିଧା ପଚାରି ବୁଝିଥିଲେ | ଏହା ପରେ ପିଲାଙ୍କୁ ଅନଲାଇନ ପାଠପଢା ପାଇଁ ନୋଟ ପେଡ, ସିନିଜସ୍ୱ ପାଣ୍ଠିରୁ ୧୦ ହଜାର ଟଙ୍କା, ରେଡ୍କ୍ରସ ୨୦ ହଜାର ଟଙ୍କା ଏବଂ ଗୁରୁ କଲ୍ୟାଣ ପାଣ୍ଠିରୁ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତି | ଆଗାମୀ ଦିନରେ ସରକାରୀ ଯୋଜନାରେ ଅନ୍ତରଭକ୍ତ କରିବା ନେଇ ପ୍ରତିଶୃତି ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ |

Breaking News