Report Card Odisha

| Daily Odia News

ସୋସିଆଲ ମିଡିଆରେ ନିଆଁ ଲଗାଇଛନ୍ତି ସୁହାନା….

ରିପୋର୍ଟ କାର୍ଡ / ମୁମ୍ବାଇ

ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ଲାଡଲି ସୁହାନା ଖାନ ସୋସିଆଲ ମିଡିଆରେ ବେଶ ଚର୍ଚାରେ ରହିଛନ୍ତି | ସୋସିଆଲ ମିଡିଆରେ ତାଙ୍କର ସୁନ୍ଦର ଫଟୋଗୁଡ଼ିକ ପ୍ରତିଦିନ ଛାଇ ରହିଥାଏ । ଶାହରୁଖ-ଗୌରୀ ଖାନଙ୍କ ଝିଅ ସୁହାନା ଅତ୍ୟନ୍ତ ଗ୍ଲାମରସ ଏବଂ ବୋଲ୍ଡ,, ଯାହାର ପ୍ରମାଣ ହେଉଛି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ। ଏବେ ନିକଟରେ ସେ ସୋସିଆଲ ମିଡିଆରେ ଏକ ନୂଆ ଫଟୋ ସେୟାର କରିଛନ୍ତି, ଯାହା ଇଣ୍ଟରନେଟରେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସୁହାନା ଏକ କଳା ରଙ୍ଗର ବ୍ରାଲେଟରେ ବହୁତ ସୁନ୍ଦର ଦେଖାଯାଉଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଫଟୋକୁ କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଲାଇକ୍ ମିଳିଛି। ଷ୍ଟାରକିଡ୍‌ଙ୍କ ଏହି ଫଟୋ ଉପରେ ତାଙ୍କ ପ୍ରଶଂସକଙ୍କ ସହିତ ତାଙ୍କର ସେଲିବ୍ରିଟି ସାଙ୍ଗମାନେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ଅମିତାଭ ବଚ୍ଚନଙ୍କ ନାତୁଣୀ ନଭ୍ୟା ନଭେଲି ନନ୍ଦାଙ୍କ ଠାରୁ ଆରମ୍ଭ କରି ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ପର୍ଯ୍ୟନ୍ତ ସୁହାନାଙ୍କ ସୁନ୍ଦର ଚେହେରାକୁ ପ୍ରଶଂସା କରିଛନ୍ତି। କିନ୍ତୁ, ଶନାୟା କପୁର ସୁହାନାର ଏହି ଫଟୋ ଦେଖିବା ପରେ ତାଙ୍କର କିଛି ପୁରୁଣା କଥା ମନେ ପଡିଥିବା ଜଣାପଡିଛି।

ସୁହାନାଙ୍କ ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ଶନାୟା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଶବ୍ଦରେ ଲେଖିଥିଲେ- ‘ୱେଟ୍, ହ୍ୱାଟ୍?’ ସୂଚନା ଥାଉକି, କିଛି ଦିନ ପୂର୍ବରୁ, ଶନାୟା କପୁର ମଧ୍ୟ ଏହିଭଳି ନଟ୍ ବ୍ରାଲେଟ୍‌ ପିନ୍ଧିଥିଲେ, ଯେଉଁଥିରେ ସେ ତାଙ୍କ ଫଟୋ ମଧ୍ୟ ସେୟାର କରିଥିଲେ। ଏହି ଫଟୋରେ ଶନାୟା ବହୁତ ସୁନ୍ଦର ଦେଖାଯାଉଥିଲେ। ଯଦି ସୁହାନା ଏବଂ ଶନାୟାଙ୍କର ଏହି ବ୍ରାଲେଟ୍ ମଧ୍ୟରେ କିଛି ପାର୍ଥକ୍ୟ ଥାଏ ତେବେ ଏହା ହେଉଛି ରଙ୍ଗ।

ଶନାୟା ଏକ ବ୍ରାଉନ୍ ବ୍ରାଲେଟ୍ ପିନ୍ଧିଥିବାବେଳେ ସୁହାନା ଏକ କଳା ରଙ୍ଗର ବ୍ରାଲେଟ୍ ପିନ୍ଧିଛନ୍ତି। ଏପରି ପରିସ୍ଥିତିରେ, ଯେତେବେଳେ ଶନାୟା ସୁହାନାଙ୍କୁ ସମାନ ବ୍ରାଲେଟରେ ଦେଖିଥିଲେ, ସେତେବେଳେ ସେ ନିଜକୁ ମନ୍ତବ୍ୟ ଦେବାକୁ ଅଟକାଇ ପାରି ନ ଥିଲେ। ପ୍ରକାଶ ଥାଉକି, ନିକଟରେ ସୁହାନା ଖାନ ତାଙ୍କର ୨୦ ତମ ଜନ୍ମଦିନ ପାଳନ କରିଛନ୍ତି।

ନ୍ୟୁୟର୍କରେ ସାଙ୍ଗମାନଙ୍କ ସହିତ ସୁହାନା ତାଙ୍କ ଜନ୍ମଦିନ ପାଳନ କରିଥିଲେ, ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଅନ୍ୟପକ୍ଷରେ ତାଙ୍କ ପ୍ରଶଂସକମାନେ ସୁହାନାଙ୍କୁ ଦୀର୍ଘ ଦୀନ ଧରି ଅପେକ୍ଷା କରିଛନ୍ତି ଯେ ସେ କେତେ ବଲିଉଡରେ ପ୍ରବେଶ କରିବେ। ଏନେଇ ଅନେକ ଉପଭୋକ୍ତା ସୁହାନାଙ୍କ ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ସେ କେବେ ବଲିଉଡରେ ପ୍ରବେଶ କରିବେ ବୋଲି ପଚାରିଛନ୍ତି।

Breaking News