ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ଅଣାୟତ୍ତ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ସହିତ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ତେବେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ମଶାନ ଆଗରେ ମୃତକଙ୍କ ପରିବାର ସଦସ୍ୟ ମୃତଦେହକୁ ଧରି ଲମ୍ବା ଲାଇନ ଲଗାଇଛନ୍ତି। ଶ୍ମଶାନରେ ଜୁଇ ନିଆଁ ଦିନରାତି ଜଳିବାରେ ଲାଗିଛି। ସେହିପରି କବରସ୍ତାନରେ ମଧ୍ୟ ସମାନ ସ୍ଥିତି। କବର ଦେବାକୁ ଅବା କବର ଖୋଳିବାକୁ ଆଗାମୀ ଦିନରେ ସ୍ଥାନର ଅଭାବ ଦେଖାଦେବା ଆଶଙ୍କ ସୃଷ୍ଟି ହୋଇଛି। ନିଗମବୋଧ ଶ୍ମଶାନ ଘାଟରେ ଏବେ ପ୍ରତିଦିନ ୩୦ରୁ ଅଧିକ ମୃତଦେହ ଅନ୍ତିମ ସଂସ୍କାର କରାଯାଉଛି। ପୂର୍ବରୁ ଏହି ସଂଖ୍ୟା ୧୫ ଥିଲା। ବୁଧବାର ଦିଲ୍ଲୀରେ ୧୦୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ହଠାତ୍ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ପ୍ରଶାସନ ଅଡୁଆରେ ପଡ଼ିଛି। ସକାଳୁ ଆସିଥିବା ମୃତଦେହର ଅନ୍ତିମ ସଂସ୍କାର ହେବାକୁ ରାତ୍ର ୯ଟା ପାଖାପାଖି ହୋଇଯାଉଥିବା କେତେକ ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି।
More Stories
ଅର୍ଚ୍ଚନାଙ୍କ ଘରେ ପଶିଲା ED…..
ଆଇଏଏସ୍ ସ୍ତରରେ ଅଦଳବଦଳ……
ବାତ୍ୟାକୁ ନେଇ ଆସିଲା ବଡ ଖବର…..