ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଅନେକ ରାଜ୍ୟରେ କଟକଣା ହ୍ରାସ କରିବା ଆରମ୍ଭ ହୋଇଛି | ଦିଲ୍ଲୀରେ ରାତି ୧୧ଟାରୁ ଭୋର ୫ଟା ଯାଏ କର୍ଫ୍ୟୁ ଲାଗିବ। ପୂର୍ବରୁ ରାତି ୧୦ରୁ କର୍ଫ୍ୟୁ ଲାଗୁ ଥିଲା। ସଂକ୍ରମଣ ହ୍ରାସ ପାଉଥିବାରୁ ଆଜି ଦିଲ୍ଲୀ ସରକାର ବୈଠକ କରିଥିଲେ। ଏହାପରେ ସ୍କୁଲ, କଲେଜ, ଜିମ ଓ କୋଚିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ, ସୋମବାର ଠାରୁ ୯ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ସେହିପରି ୧୪ ଫେବୃଆରୀ ଠାରୁ ନର୍ସରୀ ଓ ୮ମ ଶ୍ରେଣୀର ପିଲାମାନଙ୍କ ସ୍କୁଲ କ୍ଲାସ ଆରମ୍ଭ ହେବ। ୭ ତାରିଖରୁ ସମସ୍ତ କଲେଜ ଖୋଲିବ। କଲେଜ କର୍ତ୍ତୃପକ୍ଷଙ୍କୁ ଅନଲାଇନ ବଦଳରେ ଅଧିକ ଅଫଲାଇନ କ୍ଲାସ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ତେବେ ସବୁ ଶିକ୍ଷାନୁଷ୍ଠାନରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ରହିବ। ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, “ସୋମବାର ଠାରୁ ସମସ୍ତ ରେଷ୍ଟୁରାଣ୍ଟ ରାତି ୧୧ଟା ଯାଏ ଖୋଲିବ। ସମସ୍ତ ସରକାରୀ ଓ ଘରୋଇ ଅଫିସ ଗୁଡ଼ିକ ୧୦୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ହେବ। ଜିମ ଓ ସୁଇମିଂ ପୁଲ ମଧ୍ୟ ପୁଣି ଖୋଲିବ।” ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, “ସୋମବାର ଠାରୁ ସମସ୍ତ ରେଷ୍ଟୁରାଣ୍ଟ ରାତି ୧୧ଟା ଯାଏ ଖୋଲିବ। ସମସ୍ତ ସରକାରୀ ଓ ଘରୋଇ ଅଫିସ ଗୁଡ଼ିକ ୧୦୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ହେବ। ଜିମ ଓ ସୁଇମିଂ ପୁଲ ମଧ୍ୟ ପୁଣି ଖୋଲିବ।”
More Stories
ଉଭୟ ଭାରତ-ପାକିସ୍ତାନ ସଂଯମତା ରଖନ୍ତୁ….
ପ୍ରଚୁର ଔଷଧ ମହଜୁଦ୍ ରଖ…..
ଇସ୍ରାଏଲ ନାଗରିକ କଶ୍ମୀର ଛାଡ଼…..