Report Card Odisha

| Daily Odia News

ନିଶା ପାଇଁ ପରିବାରର ୪ଙ୍କୁ ହତ୍ୟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିଶା ପାଇଁ ଘର ଲୋକ ଟଙ୍କା ନଦେବାରୁ ଜଣେ ଯୁବକ ନିଜ ପରିବାରର ସମସ୍ତଙ୍କୁ ଅତି ନିର୍ମମ ଭାବେ ହତ୍ୟା କଛନ୍ତି । ଏଭଳି ଘଟଣା ଘଟିଛି ଦିଲ୍ଲୀର ପାଲମ ଅଞ୍ଚଳରେ | ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ ହତ୍ୟାର ଅଭିଯୁକ୍ତ କେଶବ କୁ ଗିରଫ କରି ପଚରାଉଚରା କରୁଛି । ଅଭିଯୁକ୍ତ କେଶବ ନିଜ ବାପା-ମାଆ, ଜେଜେମାଆ ଓ ଭଉଣୀର ନିର୍ମମ ଭାବେ ହତ୍ୟା କରିଛି । ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଛି, କେଶବ ଲଗାତାର ଭାବେ ନିଶା ସେବନ କରୁଥିଲା । ଏହାସହ ନିଶା ପାଇଁ ପରିଜନଙ୍କୁ ବାରମ୍ବାର ଟଙ୍କା ମଧ୍ୟ ମାଗୁଥିଲା । ନିକଟରେ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରିବାର ଲୋକେ କିଛି ଦିନ ପୂର୍ବରୁ ହିଁ ତାଙ୍କୁ ସେଠାରୁ ଆଣିଥିଲେ । ମିଳିଥିବା ସୂଚନାନୁଯାୟୀ, ହତ୍ୟାକାଣ୍ଡ ନେଇ ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେଠାରେ କେବଳ ରକ୍ତ ହିଁ ରକ୍ତ ଦେଖିଥିଲେ । ଉକ୍ତ ଅଭିଯୁକ୍ତ ଯୁବକ ଜଣକ ଏକ କକ୍ଷରେ ଭଉଣୀର ହତ୍ୟା କରିବା ପରେ ସେଠାରେ ହିଁ ମୃତଦେହ ପକାଇଥିଲା । ଜେଜେମାଆଙ୍କ ମୃତଦେହ ଖଟ ଉପରେ ପଡିଥିଲା, ବାପା-ମାଆଙ୍କ ମୃତଦେହ ଗାଧୁଆଘରେ ପଡିଥିଲା । ଘର ଭିତରୁ ଗାଧୁଆ ଘର ଯାଏଁ ରକ୍ତ ପଡିଥିଲା । ଉକ୍ତ ଅଭିଯୁକ୍ତ ଯୁବକ ଜଣକ ନିଶା ସେବନ ପାଇଁ ଘରେ ଟଙ୍କା ମାଗିବାରୁ ଘର ଲୋକ ଟଙ୍କା ନଦେବାରୁ ସେ ପରିବାର ଲୋକଙ୍କୁ ହତ୍ୟା କରିଛି ବୋଲି ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି ରହିଛି ।

Breaking News