ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ବୈବାହିକ ବଳାତ୍କାର’ର ଅପରାଧୀକରଣ ପ୍ରସଙ୍ଗରେ ଆଜି ଦିଲ୍ଲୀ ହାଇକୋର୍ଟ ଏକ ବିଭାଜିତ ରାୟ ପ୍ରଦାନ କରିଛନ୍ତି। ଏଥିସହ ହାଇକୋର୍ଟରେ ଏହି ମାମଲା ଆଗତ କରିଥିବା ଆବେଦନକାରୀଙ୍କୁ ମାମଲାର ଚୂଡ଼ାନ୍ତ ରାୟ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ‘ବୈବାହିକ ବଳାତ୍କାର’ର ଅପରାଧୀକରଣ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟରେ ଏକ ଖଣ୍ଡପୀଠ ଶୁଣାଣି ହୋଇଛି । ତେବେ, ଏହି ଖଣ୍ଡପୀଠର ନେତୃତ୍ୱ ନେଇଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ରାଜୀବ ଶକଧେର ବୈବାହିକ ବଳାତ୍କାର ବ୍ୟତିକ୍ରମକୁ ହଟାଇବାକୁ ସମର୍ଥନ କରିଥିବା ବେଳେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ସି ହରି ଶଙ୍କର କହିଥିଲେ ଯେ ଆଇପିସି ଅଧୀନରେ ବ୍ୟତିକ୍ରମ ଅସାମ୍ବିଧାନିକ ନୁହେଁ ଏବଂ ଏହା ଏକ ଅଜ୍ଞାତ ଭିନ୍ନତା ଉପରେ ଆଧାରିତ। ଆବେଦନକାରୀ ଆଇପିସିର ଧାରା ୩୭୫ (ବଳାତ୍କାର) ଅନୁଯାୟୀ, ବୈବାହିକ ବଳାତ୍କାରର ଅପରାଧୀକରଣର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ଆଗତ କରିଥିଲେ। ଆଗତ ମାମଲାରେ ଆବେଦନକରୀ ଦର୍ଶାଇଥିଲେ ଯେ ଏହା ବିବାହିତ ମହିଳାମାନଙ୍କ ପ୍ରତି ଭେଦଭାବ କରିଛି। ଯେଉଁ ମହିଳାମାନେ ସେମାନଙ୍କ ସ୍ୱାମୀମାନଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୁଅନ୍ତି ସେମାନେ ନାବାଳିକା ନୁହନ୍ତି; ସାବାଳିକା ବିବାହିତା ମହିଳା। ତେଣୁ, ଆଇପିସିର ଧାରା ୩୭୫ରେ ଦିଆଯାଇଥିବା ବ୍ୟତିକ୍ରମରେ, ପତ୍ନୀଙ୍କ ସହିତ ଜଣେ ପତିିଙ୍କ ଦ୍ୱାରା ଯୌନ ସମ୍ପର୍କ କିମ୍ବା ଯୌନ କାର୍ଯ୍ୟକୁ ବଳାତ୍କାର ବୋଲି ବିବେଚନା କରାଯାଇ ପାରିବ ନାହିଁ।






More Stories
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..