ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ନିର୍ମାଣ ଉପରେ ରୋକ୍ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । ଏହାବ୍ୟତୀତ କୋର୍ଟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ପିଟିଶନ ଦାଖଲ କରିଥିବା ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି। କୋର୍ଟ ଆବଦେନକାରୀଙ୍କ ଉଦ୍ଦେଶ୍ୟ ଉପରେ ବି ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି ଏହି ପ୍ରକଳ୍ପକୁ ଜବରଦସ୍ତି ରୋକିବା ଲାଗି ପିଟିଶନ ରୁଜୁ ହୋଇଥିଲା। ସୂଚନାଯୋଗ୍ୟ, ଦିଲ୍ଲୀରେ ତାଲାବନ୍ଦ ଲାଗୁ ହେବା ପରେ ଆବେଦନକାରୀ ପିଟିଶନ ରୁଜୁ କରି ଦିଲ୍ଲୀରେ ଯଦି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି, ତେବେ ଏହି ପ୍ରକଳ୍ପର କାର୍ଯ୍ୟ କାହିଁକି ବନ୍ଦ କରାଯାଉ ନାହିଁ। ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ୫୦୦ରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଛନ୍ତି, ଯାହାଦ୍ବାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି।
More Stories
ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍ ରିହରସାଲ୍…..
କମିବାର ନାଁ ନେଉନାହିଁ ଝାଡାବାନ୍ତି : ୮୮ ଆକ୍ରାନ୍ତ…..
ଚଳିତ ବର୍ଷ ୪୦ ହଜାର ନୂଆ ନିଯୁକ୍ତି:ମୁଖ୍ୟମନ୍ତ୍ରୀ……