Report Card Odisha

| Daily Odia News

ମୃତ୍ୟୁ ପୂର୍ବରୁ ଯନ୍ତ୍ରଣା ବଖାଣିଲେ ୨୮ ବର୍ଷୀୟ ପୋଲିସ ଏସଆଇ,’ମୋତେ ବହୁତ କଷ୍ଟ ହେଉଛି । ନିଶ୍ୱାସ ନେଇପାରୁନି । ଛାତିରେ ଅସହ୍ୟ ଯନ୍ତ୍ରଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀ ମାନୁନି ବଡ଼କି ସାନ, ଧନୀ କି ଗରିବ ସମସ୍ତଙ୍କୁ ସଂକ୍ରମିତ କରିଚାଲିଛି | ଭୟଙ୍କର ରୂପ ଧାରଣ କରୁଛି କରୋନା ସଂକ୍ରମଣ | ଦେଶର ଦ୍ଵିତୀୟ ଲହର ତାଣ୍ଡବ ରଚୁଛି | ଆଗଧାଡିର କରୋନା ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି | ଯାହାକି ଏକ ଦୁଖଦଃ ଆଉ ହୃଦୟ ବିଦାରକ | ’ମୋତେ ବହୁତ କଷ୍ଟ ହେଉଛି । ନିଶ୍ୱାସ ନେଇପାରୁନି । ଛାତିରେ ଅସହ୍ୟ ଯନ୍ତ୍ରଣା । ଶରୀର ଉପରେ ମୋର ନିୟନ୍ତ୍ରଣ ନାହିଁ ”। କରୋନାରେ ଜୀବନ ହାରିବା ପୂର୍ବରୁ ଯନ୍ତ୍ରଣା ବଖାଣିଲେ କରୋନା ଯୋଦ୍ଧା । ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ପୋଲିସ ଏସଆଇଙ୍କୁ ଠିକ୍ ସମୟରେ ମିଳି ପାରିଲାନି ପ୍ଲାଜମା, ମାତ୍ର ୨୮ ବର୍ଷ ବୟସରେ ଆଖି ବୁଜିଲେ ଅଙ୍କିତ ଚୌଧୁରୀ । ମହାମାରୀର ମାୟାଜାଲରୁ ରକ୍ଷା କରିବାକୁ ଯାଇ ଲୋକଙ୍କୁ ସଚେତନ କରିବା ସହ ନିୟମ ଶିଖାଉଥିବା ନିଷ୍ଠାପର ମଣିଷଟି ହସ୍ପିଟାଲର ନିୟମ କାନୁନ ଆଗରେ ଆଜି ହାରିଯାଇଛି । ପ୍ଲାଜମା ନିମିଳିବାରୁ ଛଟପଟ ହୋଇ ଦିଲ୍ଲୀ ଭରତ ନଗର ଥାନା ଏସଆଇ ଅଙ୍କିତ ଚୌଧୁରୀଙ୍କ ଜୀବନ ଚାଲିଗଲା । ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ଥିଲେ ଅଙ୍କିତ ଚୌଧୁରୀ, ବୟସ ମାତ୍ର ୨୮ ବର୍ଷ । ବାପାମା’ଙ୍କର ଅତି ଗେଲ୍ହା । ଅତି ଅଳ୍ପ ବୟସରୁ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଭାବେ ତାଙ୍କର ପରିଚୟ ରହିଛି । ଦେଶରେ କରୋନାର ହାହାକାର ସ୍ଥିତି ଭିତରେ ଘରେ ନରହି ଅନବରତ ଲୋକଙ୍କୁ ସେବା ଯୋଗାଉଥିଲେ । ହେଲେ ଲୋକଙ୍କ ସେବା କରୁକରୁ ମହାମାରୀର ଶକ୍ତ ପଞ୍ଝା ତାଙ୍କୁ କବଳିତ କରିପକାଇଥିଲା ।

ଗତ ୧୮ ତାରିଖରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗାଜିଆବାଦର ପାଲିଆଟିଭ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ପୀଡିତ ଅଙ୍କିତଙ୍କ ପାଇଁ ଶେଷ ଆଶା ଥିଲା ପ୍ଲାଜମା । ସେଠାରେ କୌଣସି ବ୍ୟବସ୍ଥା ନହେବା ପରେ ପ୍ଲାଜମା ପାଇଁ ଦିଲ୍ଲୀ ପୋଲିସର ସବଇନିସପେକ୍ଟର ବସନ୍ତ କୁଞ୍ଜ ହସ୍ପିଟାଲ ପହଞ୍ଚିଥିଲେ । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚିକିତ୍ସା ପୂର୍ବରୁ ପୂରଣ ହେଉଥିବା ନିୟମାବଳୀ ପାଇଁ ତାଙ୍କର ଜୀବନ ଚାଲିଗଲା । ଜଣେ ରୋଗୀର ଜୀବନ ବଞ୍ଚାଇବା କଥା ଚିନ୍ତା ନକରି ଫର୍ମାଲିଟି ପୂରଣ କରିବା ତାଙ୍କ ପାଇଁ ବଡ଼ ହୋଇଗଲା । ଦୁର୍ଭାଗ୍ୟର ବିଷୟ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ସାତଟାରେ ଜୀବନ ହାରିଛନ୍ତି ଅଙ୍କିତ ଚୌଧୁରୀ । ତେବେ ମୃତ୍ୟୁ ପୂର୍ବରୁ ଏକ ମେସେଜ ଛାଡ଼ିଯାଇନ୍ତି କରୋନା ଯୋଦ୍ଧା । ମୃତ୍ୟୁ ପୂର୍ବର ଅଙ୍କିତଙ୍କ ସେହି ଭିଡିଓ ଭାଇରାଲ୍ ହେଉଛି । ସେ କିଛି କହିପାରୁନାହାନ୍ତି, ସିନା ହେଲେ ଏକ କାଗଜରେ ପ୍ଲାଜମା ନମିଳିବା କଥା ଓ ନିଜ କଷ୍ଟ ଓ ଯନ୍ତ୍ରଣା ବୟାନ କରିଛନ୍ତି । ଏଇଠି ପ୍ରଶ୍ନ ଉଠୁଛି ସତରେ କ’ଣ ମଣିଷ ଜୀବନ ଠାରୁ ନୀତିନିୟମ ଉର୍ଦ୍ଧ୍ୱରେ । ଆଜି ହୁଏତ ଅଙ୍କିତଙ୍କୁ ଠିକ ସମୟରେ ପ୍ଲାଜମା ମିଳଥିଲେ ତାଙ୍କର ଜୀବନ ବଞ୍ଚିଯାଇଥାନ୍ତା । ତାଙ୍କ ମୃତ୍ୟୁ ପରେ ସୋସିଆଲରେ ମିଡିଆରେ ତାଙ୍କର ଶେଷ ମେସେଜକୁ ନେଇ ଚର୍ଚ୍ଚା ହେଉଛି ।

Breaking News