ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କରି ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିଛି ସିବିଆଇ । ପୂର୍ବତନ ପୋଲିସ କମିସନର ପରମବୀର ସିଂ ଆଣିଥିବା ଦୁର୍ନୀତି ଅଭିଯୋଗ ଉପରେ ମାମଲା ରୁଜୁ ହୋଇଥିଲା । ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ମାମଲାର ପ୍ରାରମ୍ଭିକ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ବମ୍ବେ ହାଇକୋର୍ଟ । ମହାରାଷ୍ଟ୍ର ଗୃହମନ୍ତ୍ରୀ ଥିବା ବେଳେ ଅନୀଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ । ସୂଚନା ଅନୁସାରେ- ମୁମ୍ୱାଇରୁ ଶହେ କୋଟି ଟଙ୍କା ଆଦାୟ କରିବା ପାଇଁ ଅନୀଲ ଦେଶମୁଖ ଗିରଫ ପୋଲିସ ଅଫିସର ସଚିନ ବାଜେଙ୍କୁ ଟାର୍ଗେଟ ଦେଇଥିଲେ । ପୋଲିସ କମିଶନର ପଦରୁ ପରମବୀର ସିଂଙ୍କ ବଦଳି ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ ଲେଖିଥିବା ଚିଠିରେ ଏକଥା ଖୁଲ୍ଲାସା କରିଥିଲେ । ଏହାସହ ସୁପ୍ରିମକୋର୍ଟରେ ପିଟିସନ ଫାଇଲ୍ କରିଥିଲେ । ବମ୍ବେ ହାଇକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅନୀଲ ଦେଶମୁଖ ।
More Stories
ଆପ୍ ‘ଅପରେସନ୍ ଲୋଟସ୍’ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ…..
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..
ଆସନ୍ତାକାଲି ଆସିବ ସୁଭଦ୍ରା ଟଙ୍କା…..