Report Card Odisha

| Daily Odia News

ରାଜଧାନୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜଧାନୀ ଦିଲ୍ଲୀରେ ପୁଣି ନିର୍ଭୟାକାଣ୍ଡର ପୁନରାବୃତି ହୋଇଛି | ଯୌନ ପିପାସୁଙ୍କର ନାରକୀୟ କାଣ୍ଡ ରଚିଛନ୍ତି | ଜଣେ ୪୦ ବର୍ଷୀୟ ମହିଳାଙ୍କୁ ୫ ଜଣ ଅପହରଣ କରି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀରୁ ମହିଳା ଜଣଙ୍କୁ ଅପହରଣ କରି ଗାଜିଆବାଦରେ ଦୁଷ୍କର୍ମ କରାଯାଇଛି। ପୀଡ଼ିତାଙ୍କୁ ଦୁଇ ଦିନ ଧରି ରଖି ତାସହ ପାଶବିକ ଅତ୍ୟାଚାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଏବେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ୫ ଜଣ ଅଭିଯୁକ୍ତଙ୍କ ପୀଡ଼ିତାଙ୍କ ସହ ପରିଚିତ ବୋଲି ପୋଲିସ କହିଛି। ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁରୁତର ଅବସ୍ଥାରେ ପୀଡ଼ିତା ଜଣକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଯୁବତୀଙ୍କ ପ୍ରାଇଭେଟ ପାର୍ଟରେ ଏବେବି ଏକ ଲୁହା ରଡ଼ ଥିବା ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଟ୍ୱିଟ କରି କହିଛନ୍ତି। ମଙ୍ଗଳବାର ଗାଜିଆବାଦ ରୋଡ଼ରେ ଜଣେ ମହିଳା ମୁମୁର୍ଷ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ମହିଳା ଜଣଙ୍କୁ ଉଦ୍ଧାର କରି ଜିଟିବି ହସପିଟାଲରା ଭର୍ତ୍ତି କରିଥିଲା। ପରେ ଏକ ଏତଲା ମଧ୍ୟ ରୁଜୁ କରିଛି। ପୋଲିସ ସୂଚନାଅନୁସାରେ, ମହିଳା ଜଣକ ଗାଜିଆବାଦରେ ଜନ୍ମଦିନ ଭୋଜି ପରେ ଦିଲ୍ଲୀ ଫେରୁଥିଲେ । ତାଙ୍କ ଭାଇ ବସଷ୍ଟାଣ୍ଡରେ ଛାଡି ଦେଇଥିଲେ। ସେ ବସ୍‌କୁ ଅପେକ୍ଷା କରିଥିବାବେଳେ ଏକ କାର ତାଙ୍କ ପାଖରେ ପହଞ୍ଚିଥିଲା। କାରରେ ୫ ଜଣ ପୁରୁଷ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଜଣଙ୍କୁ ଜୋରଜବରଦସ୍ତ ଭିତରକୁ ଟାଣି ନେଇଥିଲେ। ପରେ ଦୁର୍ବୁତ୍ତମାନେ ମହିଳା ଜଣଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇ ତାଙ୍କ ସହ ପାଶବିକ ଅତ୍ୟାଚାର କରିଛନ୍ତି। କୁହାଯାଉଛି ଯେ,ପୀଡିତା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ସମ୍ପତ୍ତି ବିବାଦ ଲାଗି ରହିଥିଲା। ମାମଲା କୋର୍ଟରେ ବିଚାରାଧୀନ ରହିଛି। ତେବେ ପ୍ରତିଶୋଧ ପାଇଁ ଅଭିଯୁକ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିଥାଇ ପାରନ୍ତି ବୋଲି ପୁଲିସ କହିଛି। ଗାଜିଆବାଦ ପୋଲିସ ଏସପି ନିପୁନ୍ ଅଗ୍ରୱାଲ୍ ଏ ବିଷୟରେ ସୂଚନା ଦେଇଛନ୍ତି।

Breaking News