ରିପୋର୍ଟ କାର୍ଡ / ବାଲେଶ୍ଵର
ବାହାନଗାରେ ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ହାଇସ୍କୁଲକୁ ଭଙ୍ଗାଯାଉଛି। ସ୍କୁଲ ପରିଚାଳନା କମିଟି ଉପସ୍ଥିତିରେ ଆଜି ସକାଳେ ସ୍କୁଲ ଘର ଭଙ୍ଗାଯାଇଛି। ସ୍କୁଲରେ ଶତାଧିକ ଶବ ରଖାଯାଇଥିବାରୁ ଓ ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ ରହିଥିବା ଜଣାପଡ଼ିବା ସରକାର ଓ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି। ଦୁର୍ଘଟଣାପରେ ମୃତଦେହ ସ୍କୁଲରେ ରଖାଯାଇଥିବାରୁ ପିଲାମାନଙ୍କ ମଧ୍ୟରେ ଟିକେ ଭୟ ରହିଛି। ଏଥିପାଇଁ ସ୍କୁଲ ଘରକୁ ଭାଙ୍ଗିଦେବାକୁ ସ୍କୁଲ ପରିଚାଳନା କମିଟି ଜିଲ୍ଲା ପ୍ରଶାସନକୁ ଅଗଗତ କରିଥିଲା। ପରେ ଜିଲ୍ଲା ପ୍ରଶାସନ ଏନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ଜଣାଇଥିଲା। ପରେ ରାଜ୍ୟ ସରକାର ସ୍କୁଲ ଘରକୁ ଭାଙ୍ଗି ଦେବାକୁ ନିଷ୍ପତ୍ତି ନେଇଥିଲେ। ଗତକାଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ବାହାନଗା ହାଇସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।
More Stories
ଶୌଚାଳୟ ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ୪ ମୃତ…..
ଖଜା ଦୋକାନର ହେବ ଯାଞ୍ଚ…..
ପ୍ରେସ୍ କାଉନସିଲ ନାଁ ବ୍ୟବହାର ଉପରେ ନିଷେଧାଦେଶ…..