ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଚିନ୍ତା ବଢ଼ାଇଛି ଡେଙ୍ଗୁ | ଏଯାଏଁ ୨୩୦୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୨୨ ହଜାର ୬୮ ଜଣଙ୍କର ନମୁନା ପରୀକ୍ଷା ସରିଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ ଆହୁରୀ କହିଛନ୍ତି ଯେ, ଗତବର୍ଷ ୧୦ହଜାର ୮୩୩ ନମୁନା ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ଚିହ୍ନଟ ହୋଇଥିଲେ ୨ ହଜାର ୮୭୮ ରୋଗୀ। କିନ୍ତୁ ଚଳିତ ବର୍ଷ ପରୀକ୍ଷଣ ହୋଇଥିବା ନୁମନା ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରେ ୧୧୨୫ ଜଣ ରହିଛନ୍ତି । ଏହାପରେ କୋରାପୁଟରେ ୩୪୨। ମାଲକାନଗିରିରେ ୧୭୭, ରାୟଗଡ଼ାରେ ୨୬୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲେଟେଲେଟ ପର୍ଯ୍ୟାପ୍ତ ରହିଛି । ରାଜ୍ୟରେ ୯ଟି ରକ୍ତ ଭଣ୍ଡାରରେ ପ୍ଲେଟେଲେଟ ପୃଥକିକରଣ ୟୁନିଟ କାର୍ଯ୍ୟକ୍ଷମ ଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।






More Stories
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା……