Report Card Odisha

| Daily Odia News

ଡେପୁଟି ରେଞ୍ଜରଙ୍କ ମୃତଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / ରାୟଗଡ଼ା

ରାୟଗଡ଼ା କଲ୍ୟାଣସିଂହପୁର ବନ ବିଭାଗ ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇ ଙ୍କ ମୃତଦେହ ସରକାରୀ ବାସଭବନରୁ ଉଦ୍ଧାର ହୋଇଛି । ଖବର ପାଇ ସ୍ଥାନୀୟ ସହସିଲଦାରଙ୍କ ସହିତ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ଆତ୍ମହତ୍ୟା କିମ୍ବା ହତ୍ୟା ସେ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ସକାଳୁ ବ୍ରଜମୋହନ ଅଫିସ ନଆସିବାରୁ ତାଙ୍କର ସହକର୍ମୀମାନେ ଯାଇ ତାଙ୍କ ଘର ନିକଟରେ ତାଙ୍କୁ ଡାକିଥିଲେ । ଏଥିରେ ସେ କୌଣସି ଉତ୍ତର ଦେଇ ନଥିଲେ, ଏହା ପରେ ସେମନଙ୍କ ସନ୍ଦେହ ଘନିଭୁତ ହୋଇଥିଲା । ଏହାପରେ ସେମାନେ ତାଙ୍କ ଝରକାରେ ଦେଖିଲେ ଯେ, ଭୋଇଙ୍କର ମୃତ୍ୟୁ ହୋଇଯାଇଛି ଏବଂ ସେ ଉଲଘ୍ନ ଅବସ୍ଥାରେ ତଳେ ପଡିଥିଲେ । ଏହା ପରେ ସେମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରତେ ପହଁଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।

 

 

Breaking News