ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ ରାଜ୍ୟ ପରିବହନ ପ୍ରାଧିକରଣର ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି | ଶ୍ରୀ ମହାନ୍ତିଙ୍କ ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ଓ ବିପୁଳ ସୁନାଗହଣା ଜବତ କରାଯାଇଛି | ମିଳିଥିବା ସୂଚନା ମୁତାବକ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି | ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସପି, ୧୩ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର ପ୍ରମୁଖ ସାମିଲ ହୋଇଛନ୍ତି | ଭିଜିଲାନ୍ସ ପକ୍ଷରୁ ତାଙ୍କର ମୈତ୍ରୀ ବିହାରରେ ଥିବା ବାସଭବନ, ରଘୁନାଥପୁରରେ ଫ୍ଲାଟ, ନୟାଗଡ ରଣପୁରରେ ଫାର୍ମହାଉସ ସହ କଟକସ୍ଥିତ ଅଫିସରେ ଚଢ଼ାଉ ଚାଲିଛି |






More Stories
୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ…..
ଆଗୁଆ ସ୍କୁଲ ଛୁଟି ଘୋଷଣା କଲେ ସରକାର…..
ଜଳୁଛି ରାଜଧାନୀ;ରେକର୍ଡ ଭାଙ୍ଗିଲା ତାତି…..