ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କିଛି ଦିନ କରୋନା ସଂକ୍ରମଣ କମିଥିବା ବେଳେ ଆଜି ପୁଣି ବଢିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୪୧,୧୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକ ମଧ୍ୟରେ ୩୯,୦୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୩,୧୨,୬୦,୦୫୦ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି। ଦେଶରେ ଆରୋଗ୍ୟ ହାର ୯୭.୪୫% ରହିଛି। ଦେଶରେ ଦୈନିକ ସଂକ୍ରମଣ ହାର ୧.୯୪% ଓ ସାପ୍ତାହିକ ସଂକ୍ରମଣ ହାର ୨.୨୩% ରହିଛି। ସଂପ୍ରତି ଦେଶରେ ୩,୮୭,୯୮୭ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ୪୮.୭୩ କୋଟି ନମୁନା ପରୀକ୍ଷା କରାଯାଇସାରିଥିବାବେଳେ ସେହି ସମୟ ମଧ୍ୟରେ ୫୨.୩୬ କୋଟି ପାନ ଟିକା ଦିଆଯାଇସାରିଛି ।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..