ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଦିନକ ମଧ୍ୟରେ ୩୧,୨୨୨ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ ହୋଇଥିବା ବେଳେ ୨୯୦ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ,ନୂନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୦ ଲକ୍ଷ ୫୮ ହଜାର ୮୪୩ରେ ପହଞ୍ଚିଛି । ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୧ ହଜାର ୪୨ରେ ପହଞ୍ଚିଛି। ଏବେ ଦେଶରେ ୩୯୨୮୬୪ ସକ୍ରିୟ ମାମଲା ରହିଛି ।ସେହିପରି ୩୨୨୨୪୯୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୋମବାର ଦିନ ଦେଶରେ ୧୫,୨୬,୦୫୬ ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୩,୩୧,୮୯,୩୪୮ କୋଭିଡ ନମୁନା ପରୀକ୍ଷା କରାଯାଇସାରିଲାଣି। ଦିନକ ମଧ୍ୟରେ ମୋଟ ୧ କୋଟି ୧୩ ଲକ୍ଷ ପାନ କୋଭିଡ ଟିକା ଦିଆଯାଇଛି। ଏହାକୁ ମିଶାଇ ମୋଟ ୬୯.୯୦ କୋଟି ପାନ ଟିକା ଦିଆଯାଇସାରିଲାଣି।
Discussion about this post