Report Card Odisha

| Daily Odia News

ଦେଶରେ ସ୍କୁଲ ଖୋଲିବା ନିଷ୍ପତ୍ତି ସରକାର ନେବେ:ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଦେଶରେ ସ୍କୁଲ ଏବଂ କଲେଜ ବନ୍ଦଥିଲା | ସ୍ଥିତିର ସୁଧାର ଆସିବା ପରେ କିଛି କିଛି ଜାଗାରେ କରୋନା କଟକଣା ସହିତ କିଛି ସ୍କୁଲ-କଲେଜ ଖୋଲିଛି | କିନ୍ତୁ ସମ୍ପୂର୍ଣ୍ଣ ଖୋଲି ନାହିଁ | ଦେଖିବା କୁ ଗଲେ ଦେଶରେ ବିଭିନ୍ନ ସ୍ଥାନରେ କରୋନାର ସ୍ଥିତି ଭିନ୍ନ ରହିଛି। ‘ସାରା ଦେଶରେ କେବେ ଖୋଲିବ ସ୍କୁଲ’ ଏହାର ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ସରକାର ନେବେ ବୋଲି ସୋମବାର ସୁପ୍ରିମକୋର୍ଟ ଶୁଣାଇଛନ୍ତି । କରୋନା ମହାମାରୀ ମାମଲା ହ୍ରାସକୁ ନେଇ ସାରା ଦେଶରେ ସ୍କୁଲ ଖୋଲିବାକୁ ଦାବି କରି ଦିଲ୍ଲୀର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାସହ ଛାତ୍ରଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, ଏହି ମାମଲାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ। ଏହାସହ ପିଲାମାନଙ୍କୁ ଏଥିରେ ସାମିଲ ହେବା ଉଚିତ ନୁହେଁ। ସାମ୍ବିଧାନିକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ପାଠ ପଢିବା ଉପରେ ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି। ପିଲାମାନେ ପୁଣି ସ୍କୁଲ ଯିବା ଜରୁରୀ ମାତ୍ର ଏହା ରାଜ୍ୟ ସରକାରମାନେ ହିଁ ନିର୍ଦ୍ଧାରିତ କରିବେ। ପିଲାମାନଙ୍କୁ ସାମ୍ଭାବ୍ୟ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ତେଣୁ ଅଦାଲତ ଶାସନକୁ ନିଜ ହାତକୁ ନେଇପାରିବେ ନାହିଁ। ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

Breaking News