ରିପୋର୍ଟ କାର୍ଡ / ଭୁବନେଶ୍ୱର
କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁ ସୋମବାର ଗିରଫ ହୋଇଛି । ଦୀର୍ଘ ୫ ବର୍ଷ ହେଲା ଫେରାର ଥିବା ପ୍ରଦୀପକୁ କଟକ ସହରାଞ୍ଚଳ ପୋଲିସ ଗିରଫ କରିଛି | ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦ୍ଵୈତ ନଗରୀ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଦିଲୁ ପାଖରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ସୂଚନା ଅନୁସାରେ- ୨୦୧୬ ମସିହାର ବହୁ ଚର୍ଚ୍ଚିତ ଦୀପୁ ଓ ଓମ୍ ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଦିଲୁ। ଏହାପରଠାରୁ ୫ ବର୍ଷ ହେଲା ସେ ଫେରାର ଥିଲା। କଟକ ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଦିଲୁକୁ ରାୟଗଡ଼ାରୁ ଗିରଫ କରିଛି।
Discussion about this post