ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧାନ ବିକ୍ରି ସାଙ୍ଗକୁ ଚାଷ କ୍ଷତିକୁ ସହିନପାରି ସମ୍ବଲୁପର ଜିଲ୍ଲାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି | ମୃତ ଚାଷୀ ହେଲେ ଧନକଉଡ଼ା କୁଦଗୁଣ୍ଡେରପୁର ଗାଁର କୈବଲ୍ୟ ରୋହିଦାସ । ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସେ ମାନସିକ ଚାପରେ ଥିଲେ। ଗତ ବୁଧବାର ଦିନ ସେ ବିଷ ପିଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃୃତ୍ୟୁ ଘଟିଛି। ସୂଚନା ଅନୁସାରେ, ରବି ଋତୁରେ ପ୍ରାୟ ୨ ଶହ କ୍ୱିଣ୍ଟାଲ ଧାନ ଉତ୍ପାଦନ ହୋଇଥିବାଳେ ତାଙ୍କୁ ମାତ୍ର ୪୫ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲା। ବାକି ପ୍ରାୟ ଦେଢ ଶହ କ୍ୱିଣ୍ଟାଲ ଧାନ କମ୍ ଦରରେ ବିକ୍ରି କରିଥିବାରୁ କୈବଲ୍ୟ ବିପୁଳ ପରିମାଣର କ୍ଷତି ସହିଥିଲେ। ପରେ ବର୍ଷା କାରଣରୁ ଖରିଫ୍ ଚାଷ କ୍ଷତି ହେବାରୁ ଭାଙ୍ଗି ପଡ଼ିଥିଲେ। ଏହାକୁ ନେଇ ସେ ଆର୍ଥିକ ସଙ୍କଟରେ ପଡ଼ିବା ସହ ଋଣ ଚାପରେ ଥିଲେ। ତେଣୁ ମାନସିକ ଚାପରେ ଥିଲେ। ଫଳରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛି ଆଞ୍ଚଳିକ କୃଷକ ସଂଗଠନ।
More Stories
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….
ଅତିପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ……
ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ……