ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧଉଳିର ବିକାଶ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି | ଶାନ୍ତି ସ୍ତୂପ ଧଉଳିର ମରାମତି, ରକ୍ଷଣାବେକ୍ଷଣ, ସୌନ୍ଦର୍ଯ୍ୟକରଣ ଏବଂ ଏହାର ଆଖପାଖ ଅଞ୍ଚଳର ଭିତ୍ତିଭୂମିର ବିକାଶ ହେବ । ଖୋର୍ଦ୍ଧା ପ୍ରକଳ୍ପ ଅଧିକାରୀଙ୍କ ୨୦୧୯-୨୦ ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡ(ଏସ୍ପିଏଫ୍) ଆକାଉଣ୍ଟରେ ଥିବା ୭୭୧.୮୩ ଲକ୍ଷ ଟଙ୍କାରୁ ଉକ୍ତ ଅର୍ଥ ଦେବାକୁ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଖୋର୍ଦ୍ଧା ପିଡି ଡିଆରଡିଏଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅର୍ଥ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ କରିବା ନେଇ ଜିଲ୍ଲାପାଳ ନିଶ୍ଚିତ କରିବେ। ଅର୍ଥ ଖର୍ଚ୍ଚ ନେଇ ବିଭାଗକୁ ବିନିଯୋଗ ପ୍ରମାଣପତ୍ର(ୟୁସି) ଦେବାକୁ କୁହାଯାଇଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..