ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଜ ଗଡ଼ ବଞ୍ଚାଇ ପାରିଲେନି ଦିଦି | ଗଡ଼ ଛଡାଇନେଲେ ଶୁଭେନ୍ଦୁ ଅଧିକାରୀ।ପଶ୍ଚିମବଙ୍ଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଟିଏମସିର ଗଡ଼ ଭବାନୀପୁରରେ ଲଢ଼େଇ ରୋମାଞ୍ଚକରଥିଲା। ଗଣତି ଆରମ୍ଭରୁ ଆଗରେ ଥିବା ବିଜେପିର ଶୁଭେନ୍ଦୁ ଅଧିକାରୀ ମଧ୍ୟାହ୍ନ ବେଳକୁ ପଛରେ ପଡ଼ି ଯାଇଥିଲେ। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ୧୫ ହଜାରରୁ ଅଧିକ ଭୋଟରେ ଲିଡକୁ ଚାଲି ଆସିଥିଲେ। ପୁଣି ମମତାଙ୍କ ଗଡ଼ରେ ଲିଡ ହାସଲ କରି ନେଇଥିଲେ ଶୁଭେନ୍ଦୁ ଅଧିକାରୀ। ୧୬ ରାଉଣ୍ଡ ଭୋଟ ଗଣତି ପରେ ମମତାଙ୍କ ଠାରୁ ୫୫୪ ଖଣ୍ତ ଭୋଟ ଆଗରେ ରହିଥିଲେ ଶୁଭେନ୍ଦୁ ଅଧିକାରୀ। ଭବାନୀପୁର ଆସନରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଟିଏମସି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ପ୍ରାୟ ୧୫ ହଜାର ଭୋଟରେ ଜିତିଛନ୍ତି ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..