ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ କାବୁଲ ବିମାନବନ୍ଦର ବାହାରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ବିମାନବନ୍ଦର ବାହାରେ ବିସ୍ଫୋରଣ ଖବରକୁ ପେଣ୍ଟାଗନ ସ୍ପଷ୍ଟ କରିଛି। ରିପୋର୍ଟ ଅନୁସାରେ-ବିସ୍ଫୋରଣରେ ୧୩ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ସୂଚନା ମିଳିଛି | ଆହତ ଲୋକଙ୍କୁ ମେଡିକାଲରେ ଭର୍ତ୍ତିକରାଯାଇଛି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହମଲା କାବୁଲ ସ୍ଥିତ ବ୍ୟାରନ ହୋଟେଲ ନିକଟରେ ହୋଇଛି ଯେଉଁଠି ବ୍ରିଟେନ ସେନା ଓ ସାମ୍ବାଦିକ ଥିଲେ। ଏହା ପୂର୍ବରୁ ଇଟାଲୀର ଏକ ସେନା ବିମାନ କାବୁଲ ବିମାନବନ୍ଦରରୁ ଉଡାଣ ଭରିବା ପରେ ତା ଉପରେ ଫାୟାରିଙ୍ଗ କରାଯାଇଥିଲା। ତେବେ ଏଥିରେ ବିମାନର କେହି ବି ଆହତ ହୋଇନଥିଲେ। କିଛି ଘଣ୍ଟା ପରେ ଆମେରିକା ଦୂତାବାସ କାବୁଲ ଏୟାରପୋର୍ଟରେ ଆତଙ୍କୀ ହମଲାକୁ ନେଇ ଆଦେଶ ଦେଇଥିଲା। ସେ କହିଥିଲେ ତୁରନ୍ତ କାବୁଲ ଏୟାରପୋର୍ଟ ଛାଡି ଚାଲି ଯାଆନ୍ତୁ। କାବୁଲ ଏୟାରପୋର୍ଟର ପୂର୍ବ-ଉତ୍ତର ଗେଟରୁ ଆମେରିକା ନାଗରିକ ଶୀଘ୍ର ହଟିଯାଆନ୍ତୁ। ଆଗାମୀ ଆଦେଶ ଯାଏଁ ସୁରକ୍ଷିତ ସ୍ଥାନରେ ରୁହନ୍ତି ଆମେରିକୀୟ ନାଗରିକ ଦୂତରବଶ। ଏପଟେ ବ୍ରିଟେନ, ଆମେରିକା ଓ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ଛାଡିବାକୁ କାବୁଲ ଏୟାରପୋର୍ଟରେ ଜମା ଲକ୍ଷ ଲକ୍ଷ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କହିଥିଲା।






More Stories
ଆସନ୍ତାକାଲି ପଶ୍ଚିମବଙ୍ଗ ନିର୍ବାଚନ……
ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି…..
ରାୟଗଡା ସିଜିମାଳିକୁ ସଂଯୋଗ ହେବ ରେଳଲାଇନ୍…..