ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଘାତକ କରୋନାଭୂତାଣୁ ଚୀନ୍ର ଉହାନ ସହର ସ୍ଥିତ ଭୂତାଣୁ ବିଜ୍ଞାନାଗାରରୁ ଆସିଛି ବୋଲି ଅତୀତରେ ଦେଇଥିବା ଟିପ୍ପଣୀ ଠିକ୍ ଥିଲା ବୋଲି ଗୁରୁବାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ବର୍ତ୍ତମାନ ସମସ୍ତେ ଏପରିକି ତଥାକଥିତ ଶତ୍ରୁମାନେ ମଧ୍ୟ ଏ ସମ୍ପର୍କରେ ସେ ଠିକ୍ ମନ୍ତବ୍ୟ ରଖିଥିଲେ ବୋଲି ଏବେ ସ୍ବୀକାର କରୁଥିବା ଟ୍ରମ୍ପ୍ କହିଛନ୍ତି। ଏପରି ଅସାବଧାନତାବଶତଃ ବିଜ୍ଞାନାଗାରରୁ କରୋନାଭୂତାଣୁ ଲିକ୍ ହେବା ଯୋଗୁଁ ବିଶ୍ବବ୍ୟାପୀ ବ୍ୟାପକ ଧନଜୀବନ ହାନି ପାଇଁ ଚୀନ୍ ଉପରେ ଜରିମାନା ଧାର୍ଯ୍ୟ କରାଇବାକୁ ମଧ୍ୟ ଟ୍ରମ୍ପ୍ ପରାମର୍ଶ କରିଛନ୍ତି। ଚୀନ୍ ମହମାରୀ ସୃଷ୍ଟି କରି ପୂରା ବିଶ୍ବକୁ ଘୋର ସଙ୍କଟ ଭିତରକୁ ଠେଲି ଦେଇଥିବାରୁ ଏଥିପାଇଁ ଆମେରିକା ଓ ବିଶ୍ବକୁ ୧୦ ଲକ୍ଷ କୋଟି ଡଲାର ଜୋରିମାନା ଦେବାକୁ ସେ ଦାବି କରିଛନ୍ତି। ସୂଚନା ଥାଉ କି, ଆମେରିକାର ଶୀର୍ଷ କରୋନାଭୂତାଣୁ ପରାମର୍ଶଦାତା ଡା. ଆନ୍ଥୋନି ଫୌସିଙ୍କ ବ୍ୟକ୍ତିଗତ ଇ-ମେଲ୍ରୁ ନିକଟରେ ୩, ୦୦୦ ପୃଷ୍ଠାର ତଥ୍ୟ ପ୍ରଘଟ ପରେ ଚୀନ୍ର ଉହାନ ସହରରେ ଘାତକ କରୋନାଭୂତାଣୁର ଉତ୍ପତ୍ତି ହୋଇଥିବା ତତ୍ତ୍ବକୁ ପୁଣି ଗୁରୁତ୍ବ ଦିଆଯାଉଛି।
More Stories
ମହାକୁମ୍ଭରେ ଓଲଟିଲା ଡଙ୍ଗା,ଶ୍ରଦ୍ଧାଳୁ ନିଖୋଜ….
ସେ କେଉଁ ଗ୍ରହରେ ରହୁଛନ୍ତି ତାହା ମୁଁ ଜାଣେ ନାହିଁ:ପ୍ରିୟଙ୍କା….
ଏଲ୍ଓସିରେ ଆଇଇଡି ବିସ୍ଫୋରଣ, ୨ ଯବାନ ସହିଦ……