ରିପୋର୍ଟ କାର୍ଡ / ସୁନ୍ଦରଗଡ଼
କୋଇଡା ବ୍ଲକ୍ କେବଲାଙ୍ଗ ଥାନାର ଅମାରୂଢି ଗ୍ରାମରେ କୁକୁଡ଼ା ଖାଇବାକୁ କେନ୍ଦ୍ର କରି ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ହୋଇଛି। ଶନିବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଗାଁ ନିକଟ ନାଳରେ ଦୁଇଟି ଶବକୁ ଅଭିଯୁକ୍ତ ଲୁଚାଇ ରଖିଥିଲା । ଅଭିଯୁକ୍ତ ହେଲେ ଅମାରୂଢି ଗ୍ରାମର ଜୁରା ମୁଣ୍ଡା । ମୃତକ ଦୁଇ ଜଣ ହେଲେ ଅମାରୂଢି ଗ୍ରାମର ସାଧୁ ଚରଣ ବୁରୱେଲି ଓ ଜଙ୍କ ସୁଣ୍ଡି । ସୂଚନା ମୁତାବକ ଶନିବାର ଏକ ମଲା କୁକୁଡ଼ା ଅଭିଯୁକ୍ତ ଖାଇବା ପରେ ସେହି ଗ୍ରାମର ଦୁଇ ଜଣ ଯୁବକଙ୍କ ସହିତ ବଚସା ହୋଇଥିଲା । ଯେଉଁଥିରେ ଉତ୍ତକ୍ଷିପ୍ତ ହୋଇ ଅଭିଯୁକ୍ତ ସେହି ଦିନ ରାତିରେ ଟାଙ୍ଗିଆ ଧରି ଦୁଇଜଣଙ୍କୁ ହତ୍ୟା କରିଥିଲା । ଘର ଲୋକ ଖୋଜାଖୋଜି କରିବା ପରେ କୌଣସି ପତ୍ତା ପାଇ ନଥିଲେ । ପରେ ଅଭିଯୁକ୍ତ ନିଜେ କେ ବଲାଙ୍ଗ ଥାନାକୁ ଆସି ଆତ୍ମସମର୍ପଣ କରିବା ସହ ଘଟଣା ବିଷୟରେ ଜଣାଇବା ପରେ ଅଭିଯୁକ୍ତକୁ ଅଟକ ରଖି ଘଟଣାସ୍ଥଳକୁ ପୋଲିସ ଯାଇ ଦୁଇଟି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି |






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..