ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସରେ ଜାଲରେ କୋଟିପତି ଡାକ୍ତର ସୁକାନ୍ତ ଜେନା ଗିରଫ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗ ଡାକ୍ତର ସୁକାନ୍ତ ଜେନାଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ପ୍ରସବ ପାଇଁ ଜଣେ ପ୍ରସୂତୀଙ୍କ ସମ୍ପର୍କୀୟଙ୍କଠାରୁ ଡାକ୍ତର ସୁକାନ୍ତ ଜେନା ୮ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏତିକିବେଳେ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ । ଏହି ଘଟଣା ପରେ ଡାକ୍ତର ସୁକାନ୍ତ ଜେନାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉରେ ତାଙ୍କ ଘରୁ ନଗତ ୧ କୋଟି ୧୨ ଲକ୍ଷ ଅଧିକ ଟଙ୍କା ଜବତ ହୋଇଛି । ଏତେ ଟଙ୍କା ହାତରେ ଗଣିବା ସମ୍ଭବ ହୋଇ ନଥିବା ମେସିନ୍ ମଗାଇ ହିସାବ କରିଥିଲା ଭିଜିଲାନ୍ସ ଟିମ୍ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ଜଣେ ଡାକ୍ତରଙ୍କ ଘରୁ କୋଟିଏରୁ ଅଧିକ ଟଙ୍କା ମିଳିବା ଭିଜିଲାନ୍ସ ଟିମ୍ ଓ ସାରା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଡାକ୍ତର ସୁକାନ୍ତଙ୍କ କେତେ ସମ୍ପତ୍ତି ଅଛି, ତାହାର ଆକଳନ ହୋଇପାରି ନାହିଁ ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..