Report Card Odisha

| Daily Odia News

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପଖାଳ ଦିବସ ନିମନ୍ତେ ପ୍ରସ୍ତୁତୁ ବୈଠକ……

ରିପୋର୍ଟକାର୍ଡ / ଭୁବନେଶ୍ୱର

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଆସନ୍ତା ପଖାଳ ଦିବସ ପାଳନ ନିମନ୍ତେ ଶ୍ରୀ ରବିନାରାୟଣ ମହାପାତ୍ର ଓ ଶ୍ରୀମତି ସଞ୍ଚିତା ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି | ଆସନ୍ତା ମାର୍ଚ୍ଚ ୨୦ ରବିବାର ଶ୍ରୀଜଗନ୍ନାଥ ସେବା ସମିତି ଓ ଶ୍ରୀଜଗନ୍ନଥ ଚେତନା କେନ୍ଦ୍ରର ସହଯୋଗ ରେ ସକାଳ ୯.୩୦ମି ରେ ଉତ୍କଳ ରଙ୍ଗମଞ୍ଚ, ଜୟଦେବବିହାର (ସାଣ୍ଡି ଟାୱାର ସାମନା) ଭୁବନେଶ୍ୱର ରେ ପ୍ରତିବର୍ଷ ଭଳି ବିଶ୍ଵ ପଖାଳ ଦିବସ ଅବସର ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଭଡ଼ା ପ୍ରସ୍ତୁତ ପଖାଳ ଖାଇବା ଓ ଆଲୋଚନା ରେ ଭାଗ ନେବାକୁ ବିନମ୍ର ଅନୁରୋଧ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ସ୍ବାମୀ ଆଦ୍ୟାନନ୍ଦ ସରସ୍ଵତୀ, ମୁଖ୍ୟଅତିଥି ଭାବେ ମହାରାଜ ରାମକୃଷ୍ଣ ଦାସ, ସମ୍ମାନୀୟ ଅତିଥି ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ମୁଖ୍ୟ ବକ୍ତା ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ଯୋଗ ଦେବାକୁ ସଦୟ ସିକୃତି ପ୍ରଦାନ କରିଛନ୍ତି | ଆଜିର ପ୍ରସ୍ତୁତି ବୈଠକ ରେ, ରବିନାରାୟଣ ମହାପାତ୍ର, ରବିନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ଗୌରାଙ୍ଗ ନାୟକ, ମନୋରଞ୍ଜନ ମହାନ୍ତି, ଅଜୟ ହରିଚନ୍ଦନ, ଅଖିଳ କୁମାର ସାହୁ, ପ୍ରଭାକର ମଲ୍ଲିକ, ନିରଞ୍ଜନ ଦାଶ, ଗାନ୍ଧୀ ଚୋଧୁରୀ, ବିଷ୍ଣୁ ମହାନ୍ତି, ସୁରେଶ ମିଶ୍ର, ଅକ୍ଷୟ ଉପାଧୟ ରାଧାବଲ୍ଲଭ ସିଂହ, ମଳୟ ଜେନା, ଅଚ୍ୟୁତ ପ୍ରସାଦ ବେହେରା, ଗାନ୍ଧୀ ଚୌଧୁରୀ, ଶ୍ରୀନିବାସ ରାଓ, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ପ୍ରମୁଖ ଯୋଗ ଦେଇଥିଲେ |

Breaking News