ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ତୃତୀୟ ଲହର ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ତେବେ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ ରହିବ ବୋଲି ଆକଳନ କରାଯାଉଛି। ତଥାପି ଆମକୁ ସଜାଗ ରହିବାକୁ ପଡିବ । ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣକୁ ଜୋରଦାର କରିବାକୁ ପଡ଼ିବ । ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। କେନ୍ଦ୍ର ସରକାର ଯେତେ ଟିକା ଦେବେ ସେହି ଅନୁସାରେ ଟିକାକରଣ କରାଯିବ । ଟିକାକରଣ ନେଇ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି ଓ ସରକାର ପ୍ରସ୍ତୁତ ଥିବା ନିରଂଜନ କହିଛନ୍ତି । ସେହିପରି ଷ୍ଟେରଏଡ୍ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ ଲାଇନ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ନୂଆ ଗାଇଡ଼ ଲାଇନ ଅନୁସାରେ ଷ୍ଟେରଏଡ଼ ବ୍ୟବହାର ହେବ । ଯେଉଁମାନଙ୍କ ଅକ୍ସିଜେନ ଆବଶ୍ୟକ ପଡୁଛି ସେମାନଙ୍କ କ୍ଷେତ୍ରରେ ଷ୍ଟେରଏଡ୍ ବ୍ୟବହାର କରାଯାଉଛି। ବର୍ତ୍ତମାନ କୋଭିଡରେ କେବଳ ଯେଉଁମାନେ ଗୁରୁତର ଅବସ୍ଥାରେ ଅଛନ୍ତି ସେମାନଙ୍କ କ୍ଷେତ୍ରରେ ଏହାର ଆବଶ୍ୟକତା ରହିଛି । ତେଣୁ ସେହିମାନଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..