ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତରେ ଅନୁଭବ ହୋଇଛି ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୮ ରେକର୍ଡ କରାଯାଇଛି। କିଛି ସେକେଣ୍ଡ ପର୍ଯ୍ୟନ୍ତ ଏହି ଝଟକା ଅନୁଭବ ହୋଇଥିବା ବେଳେ କେତେକ ସ୍ଥାନରେ ଜିନିଷ ପତ୍ର ଦୋହଲିବା ମଧ୍ୟ ସିସିଟିଭ କ୍ୟାମେରାରେ କଏଦ ହୋଇଥିବା ଦେଖାଯାଇଛି। ଗୋଟିଏ କିମ୍ବା ୨ଟି ନୁହେଁ ବରଂ ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ସେହିଭଳି ଉତ୍ତରାଖଣ୍ଡର କେତେକ ସ୍ଥାନରେ , ଉତ୍ତରପ୍ରଦେଶର ରାମପୁରରେ ମଧ୍ୟ ଝଟକା ଅନୁଭବ ହୋଇଛି। ଭୂକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ। ଏଥିରେ ଏଯାଏଁ କୌଣସି ଧନଜୀବନ ହାନୀ ହୋଇ ନାହିଁ ବୋଲି ସୂଚନା ମିଳିଛି। ଭୂମି ଠାରୁ ୧୦ କିଲୋମିଟର ଦୂର ନେପାଳ ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଜଣାପଡିଛି।






More Stories
ଖର୍ଗ ଦ୍ଵୀପ ଉପରେ ଆମେରିକାର ଆକ୍ରମଣ….
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..