ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳୀ ନେପାଳ-ଚୀନ ସୀମାନ୍ତ ବୋଲି କୁହାଯାଉଛି। ଭୂପୃଷ୍ଠରୁ ଏହାର ଗଭୀରତା ୮୦ କିଲୋମିଟର ରହିଛି। ଭୂମିକମ୍ପ ପରେ ସିନ୍ଜାଙ୍ଗ ରେଳବାଇ ବିଭାଗ ତୁରନ୍ତ ୨୭ଟି ଟ୍ରେନ୍ ଚଳାଚଳ ବାତିଲ କରି ଦେଇଥିଲେ। କାର୍ଗିସ୍ତାନ ଝିଞ୍ଜିୟାଙ୍ଗ ବୋର୍ଡର ଅଞ୍ଚଳରେ ଅଧିକାଂଶ ଘର ଭାଙ୍ଗିଯାଇଥିବାର ସୂଚନା ମିଳିଛି। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଝଟକା ନେପାଳ ସହ ଭାରତର ଦିଲ୍ଲୀ ଏନସିଆର ଏବଂ ଉତ୍ତର ଭାରତର ଏକାଧିକ ଅଞ୍ଚଳରେ ଅନୁଭୂତ ହୋଇଛି । ଭୂମିକମ୍ପରେ ଏତେ ଭୀଷଣ ଝଟକା ଲାଗିଥିଲା ଯେ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ପଳାଇଆସିଥିଲେ। ଚୀନ୍ ଭୂମିକମ୍ପର ପ୍ରାୟ ୩୦ ମିନିଟ୍ ପରେ ଉଜ୍ବେକିସ୍ତାନରେ ବି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନି।






More Stories
ଆଣ୍ଡାମାନ ଛୁଇଁଲା ମୌସୁମୀ…..
ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କଲେ ବିଜୟ…..
ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ,ପାକିସ୍ତାନର ଇତିହାସ ଆଉ ଭୂଗୋଳ ବଦଳିଯି…..