ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ପଶ୍ଚିମ ଚୀନର ସିଚୁଆନ ପ୍ରାନ୍ତର ୟାନ ସହରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭବ ହୋଇଛି । ଗତକାଲି ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୧ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୪ ଜଣ ଆହତ ହୋଇଛନ୍ତି । ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର (ସିଇଏନସି) ଅନୁଯାୟୀ, ସେଠାକାର ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୫ଟାରେ ସିଚୁଆନ ଳୁଶାନ କାଉଣ୍ଟିରେ ଏହି ଭୂକମ୍ପ ହୋଇଛି । ସିଇଏନସି କହିବାନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ୧୭ କିଲୋମିଟର ଗଭୀରତାରେ ୩୦.୪ ଉତ୍ତର ଅକ୍ଷାଂଶ ଏବଂ ୧୦୨.୯ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଦେଖିବାକୁ ମିଳିଛି ।






More Stories
ରନ୍ଓ୍ବେରେ ପିଟିହେଲା ବିମାନ…..
ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ହତ୍ୟା……
ମୋଦୀ ଡାକିଲେ ଜରୁରୀ ବୈଠକ…..