ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୂକମ୍ପରେ ଥରିଲା ଆସାମ। ବୁଧବାର ସକାଳ ୮ଟା ୪୫ରେ ଆସାମର ଗୋଲପାରା ଠାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଏହାର ସୂଚନା ଦେଇଛି । ସେହିଭଳି ମେଘାଳୟ ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପନ ଅନୁଭୂତ ହୋଇଛି । ମେଘାଳୟରେ ସକାଳ ପ୍ରାୟ ୮.୪୫ରେ ୫.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି । ଦାର୍ଜିଲିଂ ଓ କୁଚ ବିହାର ସମେତ ଉତ୍ତର ବଙ୍ଗର କିଛି ଅଂଶରେ ବି କମ୍ପନ ଅନୁଭୂତ ହୋଇଥିଲା ।
More Stories
ନିର୍ବାଚନ ପୂର୍ବରୁ ଝାରଖଣ୍ଡ ଡିଜିପିଙ୍କ ବଦଳି ନିର୍ଦ୍ଦେଶ….
ଜେଲରୁ ମୁକୁଳିଛନ୍ତି ଆପ୍ ନେତା ସତ୍ୟେନ୍ଦ୍ର ଜୈନ….
ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ…..