ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଗୁଜରାଟ କଚ୍ଛରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗାନ୍ଧୀନଗର ସ୍ଥିତ ଆଇଏସଆର ନିଜ ୱେବସାଇଟ୍ରେ ଜଣାଇଛନ୍ତି। ଜିଲ୍ଲାର ଦୁଧାଇ ଗାଁ ଠାରୁ ୧୧ କିମି ଉତ୍ତର-ଉତ୍ତର ପୂର୍ବରେ ଭୂକମ୍ପର କେନ୍ଦ୍ର ସକାଳେ ୬ ଟା ୩୮ରେ ରେକର୍ଡ କରାଯାଇଛି। ଏହାପୂର୍ବରୁ ଜିଲାର ଗାଁ ଠାରୁ ୨୩ କିମି ପୂର୍ବ-ଦକ୍ଷିଣପୂର୍ବରେ ଭୂକମ୍ପର କେନ୍ଦ୍ର ୫ଟା ୧୮ରେ ୩.୨ରେ ତିବ୍ରତାର ଭୂକମ୍ପ ଅନୁଭବ ହୋଇଥିଲା। କଚ୍ଛ ଅହମଦାବାଦ ଠାରୁ ପ୍ରାୟ ୪୦୦ କିମି ଦୂର।






More Stories
ଖର୍ଗ ଦ୍ଵୀପ ଉପରେ ଆମେରିକାର ଆକ୍ରମଣ….
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..