ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କାଶ୍ମୀରରେ ପୁଣି ଥରେ ଭୂକମ୍ପର ଝଟକା ଅନୁଭବ ହୋଇଥିବା ନେଇ ଆଜି ଖବର ମିଳିଛି। ସକାଳ ପ୍ରାୟ ୬ଟା୨୧ରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୫ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ନେଇ ଏଯାଏଁ ସୂଚନା ମିଳିନାହିଁ। ଏହାପୂର୍ବରୁ ଡୋଡା ଜିଲାରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ସେହି ସମୟରେ ଲୋକେ ଘରୁ ବାହାରକୁ ପଳାଇଆସିଥିଲେ। ଏନସିଏସ ସୂଚନା ଅନୁଯାୟୀ, ଡୋଡା ଜିଲାରେ ଅପରାହ୍ନ ୩ଟା ୩୭ରେ ଭୂକମ୍ପର ଟକା ଅନୁଭବ ହୋଇଥିଲା। ମେ ୨୦ରେ ଏହି ଜିଲାରେ ୨ଟା ୩୪ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୩.୨ ରେକର୍ଡ କରାଯାଇଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..