Report Card Odisha

| Daily Odia News

ମମତାଙ୍କ ପରେ ବିଜେପି ନେତା ରାହୁଲ ସିହ୍ନାଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ କମିସନ….

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ପରେ ଏବେ ବିଜେପି ନେତା ରାହୁଲ ସିହ୍ନାଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିସନ। ରାହୁଲ ଦେଇଥିବା ବିବାଦୀୟ ବୟାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪୮ଘଣ୍ଟା ପାଇଁ ରାହୁଲ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ବୋଲି ଦର୍ଶାଯାଇଛି। ଆଜି ମଧ୍ୟାହ୍ନ ସମୟରୁ ଏପ୍ରିଲ ୧୫ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ରାହୁଲ ସିହ୍ନାଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ମୁତାବକ, ଏପ୍ରିଲ ୧୦ରେ ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲୁଥିବା ବେଳେ ଟିଏମସିର ୪ଜଣ କର୍ମୀ ସିଆଇଏସଏଫ ଗୁଳିରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବିଜେପି ନେତା ରାହୁଲ ସିହ୍ନା। ନିର୍ବାଚନ ରାଲିରେ ସେ କହିଥିଲେ, ୪ଜଣ ନୁହେଁ ବରଂ ୮ଜଣ ମୃତ୍ୟୁବରଣ କରିବା କଥା। ଏହା ପରେ କୁଚ ବିହାର ଗୁଳି ବିନିମୟ ଘଟଣାରେ ବିଜେପି ନେତା ରାହୁଲ ସିହ୍ନାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟିଏମସି ନିର୍ବାଚନ କମିସନଙ୍କୁ ଅନୁରୋଧ କରିଥିଲା। ଆଜି ରାହୁଲଙ୍କ ବିବାଦୀୟ ବୟାନ ପାଇଁ ତାଙ୍କୁ ୪୮ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର ନକରିବାକୁ କହିଛନ୍ତି ନିର୍ବଚନ କମିସନ।

Breaking News