ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୈଦେଶିକ ମୁଦ୍ରା ବିନିମୟ ନିୟମ ଉଲ୍ଲଂଘନ କରିଥିବାରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଖବର ପ୍ରସାରଣକାରୀ ସଂସ୍ଥାନ ‘ବିବିସି ଇଣ୍ଡିଆ’ ନାମରେ ‘ଫରେନ୍ ଏକ୍ସଚେଞ୍ଜ୍ ମ୍ୟାନେଜ୍ମେଣ୍ଟ୍ ଆକ୍ଟ୍’ ମାମଲା ରୁଜୁ କରିଥିବା ନେଇ ଜଣାପଡିଛି । ‘ଏଫ୍ଇଏମ୍ଏ’ ଥିବା ବ୍ୟବସ୍ଥାକୁ ଆଧାର କରି ପ୍ରବର୍ତ୍ତନ ନିର୍ଦେଶାଳୟ ‘ବିବିସି’ର କେତେକ ଏକ୍ଜିକ୍ୟୁଟିଭ୍ଙ୍କର ଆକାଉଣ୍ଟ୍ ବହି ଓ ଆର୍ଥିକ ଷ୍ଟେଟ୍ମେଣ୍ଟ୍ ମାଗିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ‘ବିବିସି’ ‘ଫରେନ୍ ଡାଇରେକ୍ଟ୍ ଇନ୍ଭେଷ୍ଟ୍ମେଣ୍ଟ୍’ ଉଲ୍ଲଂଘନ କରିଥିବା ସନ୍ଦେହରେ ଏହି ତଦନ୍ତ କରାଯାଉଛି। ‘ଏଫ୍ଡିଆଇ’ର ବିଧିବଦ୍ଧ ଅନୁମୋଦନ ବିନା ‘ବିବିସି’ ଭାରତରେ ଅର୍ଥ ନିବେଶ କରିଥିବା ଅଭିଯୋଗ ହୋଇଛି। ‘ଇଡି’ ଏହି ମାମଲାର ତଦନ୍ତ କରୁଛି। ଉଲ୍ଲେଖ ଯୋଗ୍ୟ-ଟିକସ ଅନିୟମିତା ଓ ନିୟମ ଅମାନ୍ୟ କରିଥିବା ଅଭିଯୋଗରେ ଗତ ଫେବ୍ରୁଆରି ମାସରେ ଆୟକର ବିଭାଗ ‘ବିବିସି’ ଉପରେ ଚଢ଼ଉ କରିବା ସହିତ ତା’ର ଦିଲ୍ଲୀ ଓ ମୁମ୍ବାଇ ଅଫିସ୍କୁ ଟିମ୍ ପଠାଇଥିଲା। ଚଢ଼ଉ ବେଳେ ଜେରା ପାଇଁ ‘ବିବିସି’ କର୍ମଚାରୀମାନଙ୍କୁ ସାରା ରାତି ଅଫିସ୍ରେ ଅଟକା ଯାଇଥିଲା।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..