ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରି ହୋଇଛି । ଅର୍ଥ ହେରଫେର୍ ମାମଲାରେ ଉଭୟଙ୍କୁ ଇଡି ନୋଟିସ ଜାରିଥିବା ଜଣାପଡିଛି । ସୂଚନା ଅନୁସାରେ, ୨୦୧୫ରୁ ବନ୍ଦ ପଡିଥିବା ଏହି ପୁରୁଣା ମାମଲାକୁ ପୁଣି ଥରେ ଖୋଲା ଯାଇଛି। ଏହି ମାମଲାରେ ରାହୁଲ ଓ ସୋନିଆ ଙ୍କୁ ପଚରାଉଚରା କରିବା ପାଇଁ ଜୁନ୍ ୮ ତାରିଖରେ ଇଡି କାର୍ଯ୍ୟକାଳରେ ହାଜର ହେବାକୁ କୁହାଯାଇଛି। ଏହି ମାମଲାରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଭି କହିଛନ୍ତି ଯେ, ‘ଆମେ ନଇଁବୁନି, ସାମ୍ନା କରିବୁ । ସୋନିଆ ଗାନ୍ଧୀ ଇଡି କାର୍ଯ୍ୟାଳୟକୁ ଯାଇ ସମସ୍ତ ପ୍ରଶ୍ନର ଉତ୍ତର ଦେବେ । ରାହୁଲ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ସେ ୮ ତାରିଖ ସୁଦ୍ଧା ନ ଆସନ୍ତି ତେବେ ଇଡି ଠାରୁ ହାଜର ହେବା ପାଇଁ ଅଧିକ ସମୟ ମଗାଯିବ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..