ରିପୋର୍ଟ କାର୍ଡ / ଭୁବନେଶ୍ୱର
ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ଆଜିଠୁ ଆବେଦନ କରିପାରିବେ । ନମ୍ବର ପ୍ଲେଟ୍ ପାଇବା ଲାଗି ଜଣଙ୍କୁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋ ମୋବାଇଲ୍ ମାନୁଫାକ୍ଚରର୍ସ ବା ସିଆମ୍ ୱେବସାଇଟ୍କୁ ଯିବାକୁ ପଡ଼ିବ। ଏହାପରେ ବୁକ୍ HSRP ବଟନ୍ରେ କ୍ଲିକ୍ କରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ଗାଡ଼ିର ବୈଧ ପଞ୍ଜୀକରଣ ପ୍ରମାଣପତ୍ର, ଫିଟନେସ୍ ସାର୍ଟିଫିକେଟ୍ ଥିବା ଜରୁରୀ। ଆବେଦନ କରିବା ପରେ କିଛି ଦିନ ମଧ୍ୟରେ ଆପଣଙ୍କ ଡିଲରଙ୍କ ପାଖକୁ ନମ୍ବର ପ୍ଲେଟ୍ ଆସିଯିବ। ପୁରୁଣା ନମ୍ବର ପ୍ଲେଟ୍ ବଦଳାଇ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ପର୍ଯ୍ୟାୟକ୍ରମେ ଡିସେମ୍ବର ୩୧ ଯାଏ ସମୟ ଦିଆଯାଇଛି। ନିର୍ଦ୍ଧାରିତ ସମୟ ବାଦ୍ ବିନା HSRPରେ ଚାଲୁଥିବା ଗାଡ଼ି ଉପରେ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଇ-ଚାଲାଣ କଟାଯିବ ବୋଲି ସ୍ପଷ୍ଟ କରିଛି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି।






More Stories
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..