ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା କୋଟିପତି IFS ଅଭୟକାନ୍ତ ପାଠକଙ୍କୁ ମିଳିଥିଲା ସର୍ତ୍ତମୂଳକ ଜାମିନ୍ । ଆଜି ହେଉଛି ଅଭୟ ପାଠକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ୨ଟି ମାମଲାରେ ପଚରାଉଚରା ପାଇଁ ହାଜର ହୋଇଥିବା ସୂଚନା ମିଳିଛି । ଭିଜିଲାନ୍ସ ଦୁର୍ନୀତି ଓ ଚାକିରି ଦେବା ନାଁରେ ଅର୍ଥ କାରବାର ମାମଲାରେ ଅଭୟ ହାଜର ହୋଇଛନ୍ତି । ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସମନ କରିଥିଲା ଇଡି । ବିଭିନ୍ନ ଅଭିଯୋଗର ତଦନ୍ତ ପାଇଁ ସମନ ହୋଇଥିଲା। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଅଭୟଙ୍କ ଆକାଉଣ୍ଟକୁ ପୁଅ ଆକାଶଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଯାଇଛି । ୮ କୋଟି ଟଙ୍କାର କାରବାର ନେଇ ଇଡି ଖୋଳତାଡ଼ ଜାରି ରଖିଛି । ଆର୍ଥିକ ନେଣଦେଶ ଉପରେ ଇଡିର ନଜର ରହିଛି । ଅଭୟକାନ୍ତଙ୍କୁ ଜେରା ପରେ ଏକାଧିକଙ୍କୁ ସମନ କରିବ ଇଡି ।






More Stories
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ…..
ରାହୁଲଙ୍କ ସମେତ ୨୫ କଂଗ୍ରେସ ଏମ୍ପିଙ୍କୁ ଗୁଳି କରିବାକୁ ଧମକ……
୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କୁ ପ୍ରସ୍ତାବ…..