ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଣ୍ଡର ୱାର୍ଲଡ ଡନ୍ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମ ଭାଇ ଇକବାଲ କାସକରଙ୍କ ଘରେ ଇଡି ଚଢ଼ାଉ କରିଛି। ମନି ଲଣ୍ଡ୍ରିଂ ମାମଲାରେ ଇଡି ତାଙ୍କର ଏକ ଫ୍ଲାଟ ଜବତ କରିଛି। ମନି ଲଣ୍ଡ୍ରିଂ ମାମଲାରେ ଇଡି ଇକବାଲ କାସକର ଓ ତାଙ୍କର କିଛି ସହଯୋଗୀଙ୍କ ଘର ଉପରେ ଚଢ଼ାଉ କରିଥିଲା। ଏଥିସହ ବଟି ଆଦାୟ କରିବା ଅଭିଯୋଗରେ ପୋଲିସ ପୁଣେସ୍ଥିତ ଇକବାଲ କାସକରଙ୍କ ଫ୍ଲାଟକୁ ସିଜ୍ କରିଛି। ୨୦୧୭ ମସିହାରେ ଏନେଇ ଥାନେ ପୁଲିସ୍ର ଆଣ୍ଟି ଏକ୍ସଟର୍ସନ ସେଲ୍ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ୨୦୨୨ ମସିହାରେ ଇଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଇକବାଲ କାସକର, ତାଙ୍କ ସହଯୋଗୀ ମୁମତାଜ ଶେଖ ଓ ଇସରାର ସଇଦ ବହୁ ବ୍ୟବସାୟୀଙ୍କୁ ଧମକଚମକ ଦେଇ ବହୁ ପ୍ରପର୍ଟି ଓ ଟଙ୍କା ହାସଲ କରିଥିବା ତଦନ୍ତ ବେଳେ ଜଣାପଡ଼ିଲା। ଏପରିକି ବିଲଡରଙ୍କୁ ଧମକଚମକ ଦେଇ ଉକ୍ତ ଫ୍ଲାଟକୁ ମୁମତାଜଙ୍କ ନାମରେ କରିବାକୁ ଚେତାବନୀ ଦେଇଥିଲେ। ଏହି ଫ୍ଲାଟର ଦାମ ପ୍ରାୟ ୭୫ ଲକ୍ଷ ଟଙ୍କା ହେବ । ୨୦୨୨ ମସିହାରେ ହିଁ PMLAରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ଏବେ ତାହାକୁ ଜବତ କରିଛି ଇଡି ।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..