Report Card Odisha

| Daily Odia News

ଶସ୍ତା ହେବ ଖାଇବା ତେଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଖୁବ ଶୀଘ୍ର ଶସ୍ତା ହେବ ଖାଇବା ତେଲ ଦର । ୬ମାସ ଧରି ବଢି ବଢି ଚାଲିଛି ଖାଇବା ତୈଳ ଦର | କରୋନା ସଂକ୍ରମଣ ଭିତରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ସାଧାରଣ ଲୋକେ ଅଧିକ ପ୍ରଭାବିତ ହୋଇଛି । ସରକାର ଆମଦାନୀ ଉପରେ ହେଉଥିବା କୃଷି ସେସ୍ ହ୍ରାସ କରିପାରନ୍ତି । ୬ମାସ ଭିତରେ ୬୦ରୁ ୭୦ ପ୍ରତିଶତ ବୃଦ୍ଧି ପାଇଛି ସୋରିଷ. ରିଫାଇନ, ସୂର୍ଯ୍ୟମୁଖୀ, ପାମୋଲିନ୍ ତେଲ । ଇଟି ରିପୋର୍ଟ ଅନୁଯାୟୀ ପାମୋଲିନ୍ ତେଲ, ସୂର୍ଯ୍ୟମୁଖୀ ଏବଂ ସୋୟା ତେଲ ଆମଦାନୀ ଉପରେ ସରକାର Infrastructure and Development ସେସ୍ ହ୍ରାସ କରିପାରନ୍ତି । ମୂଲ୍ୟ ହ୍ରାସ ପରେ ସାଧାରଣ ଜନତା ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି । ଏବେ ଖାଇବା ତେଲର ମୂଲ୍ୟ ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । କୃଷିର ବିକାଶ ପାଇଁ ସରକାର ୨୦୨୦ ବଜେଟରେ ଏଗ୍ରି ସେସ୍ ଆରମ୍ଭ କରିଥିଲେ। ବର୍ତ୍ତମାନ ପାମୋଲିନ୍ ତେଲ ଉପରେ ୧୭.୫୦ ପ୍ରତିଶତ ଏବଂ ସୂର୍ଯ୍ୟମୁଖୀ, ସୋୟାବିନ୍ ତେଲ ଉପରେ ୨୦ ପ୍ରତିଶତ ଏଗ୍ରି ସେସ୍ ଆଦାୟ ହେଉଛି । ଭାରତ ୬୦ ପ୍ରତିଶତ ଖାଇବା ତେଲ ବିଦେଶରୁ ଆମଦାନୀ କରିଥାଏ। ପ୍ରତିବର୍ଷ ପ୍ରାୟ ୭୫୦୦୦ କୋଟି ଖାଇବା ତେଲ ଆମଦାନୀ ହୋଇଥାଏ । ତଥ୍ୟ ଅନୁସାରେ ଗତ ବର୍ଷ ଖାଇବା ତେଲର ମୂଲ୍ୟ ୫୫.୫୫ ପ୍ରତିଶତ ବୃଦ୍ଧି ପାଇଛି। ସରକାରଙ୍କ ରିପୋର୍ଟ ଅନୁଯାୟୀ ଖୁଚୁରା ବ୍ୟବସାୟରେ ବନସ୍ପତି ତେଲର ୧୪୦ ଟଙ୍କା ଅତିକ୍ରମ କରିଛି। ଗତ ବର୍ଷ ମେ ମାସର ପ୍ରଥମ ସପ୍ତାହରେ ଏହା ୯୦ ଟଙ୍କା ଥିଲା। ସେହିପରି ପାମୋଲିନ୍ ତେଲର ମୂଲ୍ୟ ଗତ ଏକ ବର୍ଷ ମଧ୍ୟରେ ୫୨ ପ୍ରତିଶତ ବୃଦ୍ଧି ପାଇଛି। ଗତ ବର୍ଷ ମେ ମାସର ପ୍ରଥମ ସପ୍ତାହରେ ପାମୋଲିନ୍ ତେଲର ମୂଲ୍ୟ ୮୭ ଟଙ୍କା ଥିବାବେଳେ ଏବେ ୧୩୩ ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ ସୋୟାବିନ ତେଲରେ ମୂଲ୍ୟ ୫୦ ପ୍ରତିଶତ ବୃଦ୍ଧି ଘଟିଛି । ୪୯ ପ୍ରତିଶତ ବୃଦ୍ଧି ପାଇ ୧୬୪ ଟଙ୍କାରେ ପହଞ୍ଚିଛି ସୋରିଷ ତେଲ ।

 

Breaking News