Report Card Odisha

| Daily Odia News

ସମୁଦ୍ରରୁ ୫୧ ଜଣଙ୍କ ମୃତଦେହ ଉଦ୍ଧାର,୨୪ ନିଖୋଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାମୁଦ୍ରିକ ବାତ୍ୟା ‘ତୌତେ’ ପ୍ରବାହ କାରଣରୁ ମୁମ୍ବାଇ ଠାରୁ ଆରବସାଗରର ପ୍ରାୟ ୬୫ କିଲୋମିଟର ଦୂର ଜଳରାଶିରେ ପଣ୍ୟବାହୀ ପୋତ ‘ପି-୩୦୫’ ଡୁବିଯିବାର ଚାରି ଦିନ ବିତିଯାଇଥିଲେ ବି ‘ଅଏଲ୍‌ ଆଣ୍ଡ୍‌ ନେଚୁରାଲ୍‌ ଗ୍ୟାସ୍‌ କର୍ପୋରେସନ୍‌’ର (ଓଏନ୍‌ଜିସି) କର୍ମଚାରୀଙ୍କୁ ଠାବ କରିବା ଲାଗି ଅହରହ ଉଦ୍ୟମ ଚାଲିଛି । ବର୍ତ୍ତମାନ ସୁଦ୍ଧା ୫୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ୨୪ ଜଣ ନିଖୋଜ ଅଛନ୍ତି । ଏପର୍ଯ୍ୟନ୍ତ ପଣ୍ୟବାହୀ ପୋତ ‘ପି-୩୦୫’ରୁ ୧୮୬ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୩୭ଜଣଙ୍କ ଶବ ଉଦ୍ଧାର କରାଯାଇଛି। କେତେଗୁଡ଼ିଏ ଜାହାଜ, ‘ପି-୮୧ ବିମାନ, ‘ସି କିଙ୍ଗ୍‌’ ହେଲିକପ୍ଟର୍‌, ତଟରକ୍ଷୀ ଏବଂ ‘ଓଏନ୍‌ଜିସି’ ପୋତ ମୁତୟନ କରି ଭାରତୀୟ ନୌସେନା ସେଠାରେ ତଲାସ ଜାରି ରଖିଛି। ପଣ୍ୟବାହୀ ପୋତ ‘ପି-୩୦୫’ରୁ ଉଦ୍ଧାର ହୋଇଥିବା ଲୋକାମାନେ ନୌସେନାକୁ ଧନ୍ୟବାଦ ଦେବା ସହିତ ସମୁଦ୍ର ଭିତରର ଭୟାବହ ପରିସ୍ଥିତି ବଖାଣିଛନ୍ତି। ପଣ୍ୟବାହୀ ପୋତ ‘ପି-୩୦୫’ର ଜଣେ କ୍ରୁ ମେମ୍ବର ସ୍ବପ୍ନିଲ ସାୱନ୍ତ କହିଛନ୍ତି, ପରିସ୍ଥିତି ବହୁତ ଗମ୍ଭୀର ଥିଲା। ଲହଡି ବହୁତ ଉଚ୍ଚରୁ ଆସୁଥିଲା। ମୁଁ ଭାରତୀୟ ନୌସେନାକୁ ଧନ୍ୟବାଦ ଜଣାଉଛି। କାରଣ ସେମାନେ ନିଜ ଜୀବନକୁ ବିପଦରେ ପକାଇ ଆମ୍ଭମାନଙ୍କ ଜୀବନ ବଞ୍ଚାଇଥିଲେ। ସେହିପରି ଏଭଳି ବିପଦରୁ ଉଦ୍ଧାର ହୋଇଥିବା ଅମିତ କୁଶୱାହା କହିଛନ୍ତି, ୧୧ଘଣ୍ଟା ଧରି ସମୁଦ୍ରରେ ପହଁରି ପହଁରି ନିଜ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲୁ। ପୋତ ‘ପି-୩୦୫’ ବୁଡ଼ି ଯାଉଥିବା ଦେଖି ସମୁଦ୍ରକୁ ଡେଇଁ ପଡ଼ିଥିଲି। ମୁଁ ସମୁଦ୍ରରେ ୧୧ଘଣ୍ଟା ଧରି ଲାଇଫ ଜ୍ୟାକେଟ ସାହାଯ୍ୟରେ ପହଁରୁଥିଲି। ଏହାପରେ ଖବର ପାଇ ଘଟଣାସ୍ଥଳରେ ଦେବଦୂତ ସାଜି ଭାରତୀୟ ନୌସେନା ପହଞ୍ଚିଥିଲା । ଏହି ଘଟଣା ସହିତ ଜଡ଼ିତ ଅନ୍ୟ ଜଣେ ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ଗୁରୁତର ହୋଇ ପଡ଼ିଥିଲେ। ସେ ନିଜ ଅନୁଭବ କହୁକହୁ କାନ୍ଦି ପକାଇଥିଲେ। ସେ କହିଥିଲେ ଯଦି ନୌସେନା ଉଦ୍ଧାର ପାଇଁ ସଠିକ ସମୟରେ ପହଞ୍ଚି ନଥାଆନ୍ତେ କେହି ବି ବଞ୍ଚି ନଥାଆନ୍ତେ। ନୌସେନା ଅଧିକାରୀଙ୍କୁ ଅଶେଷ ଧନ୍ୟବାଦ ।

Breaking News