Report Card Odisha

| Daily Odia News

ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ସମ୍ପତ୍ତି ଜବତ କଲା ଇଡି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିର୍ଦ୍ଦେଶାଳୟ ଜ୍ୟାକଲିନ୍‌ଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ କରିଛି । ବେଆଇନ ଭାବେ କଳାଧନ କାରବାର କରୁଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ମୋଟା ଅଙ୍କର ଉପହାର ପାଇବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନ୍‌ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ସୁକେଶ ଚନ୍ଦ୍ରଶେଖରଙ୍କ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୫.୭୧ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ପ୍ରମାଣ ପାଇଛନ୍ତି। ବେଆଇନ ଭାବେ କଳାଧନ କାରବାର କରି ସେ ଏହି ଉପହାର ଦେଇଥିବା ଜଣାପଡିଛି । ସେହିଭଳି ଉପହାର ବ୍ୟତୀତ ସେ ଜ୍ୟାକଲିନଙ୍କ ପରିବାର ସଦସ୍ୟଙ୍କ ମୁହଁ ବନ୍ଦ କରିବା ପାଇଁ ପାଖାପାଖି ୧୭୩,୦୦୦ ଆମେରିକୀୟ ଡଲାର ଏବଂ ପ୍ରାୟ ୨୭,୦୦୦ ଅଷ୍ଟ୍ରେଲୀୟ ଡଲାର ମଧ୍ୟ ପ୍ରଦାନ କରିଥିଲା ବୋଲି ଇଡି ଅଧିକାରୀମାନେ କହିଛନ୍ତି। ସୂଚନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖର ଗତ କିଛି ଦିନ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଓ ନୋରା ଫତେହିଙ୍କୁ ଶହଶହ କୋଟି ଟଙ୍କାର ଉପହାର ଦେଇଥିବା ଜଣାପଡିଥିଲା।

Breaking News