Report Card Odisha

| Daily Odia News

ଜାନୁଆରୀରେ ମାଟ୍ରିକ୍ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା…..

ରିପୋର୍ଟ କାର୍ଡ / କଟକ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ଜାନୁଆରି ୫ ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ଦିନକୁ ଦୁଇଟି ସିଟିଂରେ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ-୧) ପରୀକ୍ଷା ଅନୁଷ୍ଠିତ ହେବ। ଏସ୍‌ଏ-୧ ପାଇଁ ୫ଲକ୍ଷ ୭୧ହଜାର ୯୩୫ଜଣ ମାଟ୍ରିକ୍ ପରୀକ୍ଷାର୍ଥୀ ଓ ୩୭୩୧ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ଏହି ପରୀକ୍ଷା ରାଜ୍ୟର ୩୦୯୩ ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ଓ ପ୍ରଶ୍ନପତ୍ର ସାଇତି ରଖିବା ପାଇଁ ରାଜ୍ୟରେ ୩୧୧ଟି ନୋଡାଲ୍‌ ସେଣ୍ଟର ଚୟନ କରାଯାଇଛି। ବୋର୍ଡ ପକ୍ଷରୁ ଆସନ୍ତା ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ-୧) ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in ରେ ଛଡାଯାଇଛି। ରାଜ୍ୟର ସମସ୍ତ ହାଇସ୍କୁଲ ବୋର୍ଡ ୱେବ୍‌ସାଇଟ୍‌ରୁ ଏସ୍‌ଏ-୧ ପରୀକ୍ଷାର ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ସଂଗ୍ରହ କରି ପରୀକ୍ଷାର୍ଥୀ, ଶିକ୍ଷକଶିକ୍ଷିକାଙ୍କ ଅବଗତି ନିମନ୍ତେ ପ୍ରଚାରପ୍ରସାର କରିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସଂପୃକ୍ତ ହାଇସ୍କୁଲମାନେ ସେମାନଙ୍କ ସ୍କୁଲରୁ କେତେ ସଂଖ୍ୟକ ପିଲା ଏସ୍‌ଏ-୧ ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି, ସଂପୃ୍କ୍ତ ସ୍କୁଲ ଛାତ୍ରଛାତ୍ରୀ କେଉଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ, ଏହାକୁ ପରୀକ୍ଷା କେନ୍ଦ୍ରଭାବେ ଚୟନ କରାଯାଇଛି କି ନାହିଁ, ଯଦି କରାଯାଇଛି କେତେ ଜଣ ପିଲାଙ୍କୁ ଏହି କେନ୍ଦ୍ର ସହ ଯୋଡାଯାଇଛି, ସଂପୃକ୍ତ ସ୍କୁଲ ନୋଡାଲ ସେଣ୍ଟର ହୋଇଛି କି ନାହିଁ, ଯଦି ହୋଇଛି ତେବେ ମାଟ୍ରିକ୍ ପାଇଁ ବା ଉଭୟ ମାଟ୍ରିକ୍ ଓ ମଧ୍ୟମା ପାଇଁ ହୋଇଛି, ଏଭଳି ସମସ୍ତ ସୂଚନା ହାଇସ୍କୁଲମାନେ ସଂଗ୍ରହ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ଯଦି କୌଣସି ହାଇସ୍କୁଲକୁ ପରୀକ୍ଷା କେନ୍ଦ୍ର ‌କରାଯାଇଛି, ତେବେ କେତେ ସଂଖ୍ୟକ ପିଲା ବିଭିନ୍ନ ବିଷ‌ୟରେ ଏହି ପରୀକ୍ଷା କେନ୍ଦ୍ରରେ ଦେଉଛନ୍ତି, ସେ ବିଷୟରେ ବିଭିନ୍ନ ସୂଚନା ଡାଉନ୍‌ଲୋଡ କରିବାକୁ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Breaking News