ରିପୋର୍ଟ କାର୍ଡ / କଳାହାଣ୍ଡି
ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ହୁଲୁସ୍ତୁଲୁ ହେଉଛି ଓଡିଶା | ଏହି ମାମଲାକୁ ନେଇ ରାଜ୍ୟରେ ରାଜନୀତି ଜୋରଧରିଛି। ଏଥିସହ ଏହି ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ହେଇଆସୁଛି। ଆଜି ଅପରାହ୍ଣରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲେଜ ଛକ ନିକଟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି। ଏଥିସହ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଇଛି। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ଦାସଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ଗାଡ଼ିରେ ଯାଉଥିବା ବେଳେ ଜୁନାଗଡ଼ କଲେଜ ଛକ ନିକଟରେ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବିଜେଡି-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ଜୁନାଗଡ଼ ପଡ଼ିଆରେ ହେବାକୁ ଥିବା ମିଶ୍ରଣ ପର୍ବରେ ଦିବ୍ୟଶଙ୍କର ମିଶ୍ର ଓ ପ୍ରଣବ ଦାସ ଉଭୟ ଯୋଗ ଦେବାକୁ ଉଭୟ ଯାଉଥିଲେ। ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ବିଜେପି ପକ୍ଷରୁ ଶୋଭାଯାତ୍ରା କରାଯାଇଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ହୋଇଛି। ଏହି ଶୋଭଯାତ୍ରା ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ମମିତାଙ୍କ ସପକ୍ଷରେ ବିଜେପି ଜନ ସମର୍ଥନ ସୃଷ୍ଟି କରିବ। ମନ୍ତ୍ରୀ ଦିବଶଙ୍କରଙ୍କୁ ବହିଷ୍କାର କରା ନଗଲେ, ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରାଯିବ ଓ ସେହି ସମୟରେ ଜନତା କର୍ଫ୍ୟୁ କରାଯିବ ବୋଲି ବସନ୍ତ ପଣ୍ଡା କହିଛନ୍ତି।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..