ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଇସଲାମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ଇଦ୍ ଉଲ୍ ଫିତର। ସାରା ଦେଶରେ ହର୍ଷ ଉଲ୍ଲାସର ସହ ପାଳନ ହେଉଛି ଏହି ପର୍ବ। ମାସକର ରମଜାନ୍ ପାଳନ ପରେ ଇଦ୍ ପାଳୁଛନ୍ତି ଲକ୍ଷାଧିକ ମୁସଲିମ୍ ଭାଇ ଭଉଣୀ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ପ୍ରସ୍ତୁତି ହୋଇଥିବା ଦେଖିବାକୁ ମିଳିଛି । କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ଝାରସୁଗୁଡ଼ା ପରି ବିଭିନ୍ନ ସହର ଉଦ୍ ପାଇଁ ଚଳଚଞ୍ଚଳ ହୋଇଉଠିଛି । ନମାଜ ପାଠ ପାଇଁ ମସଜିଜ୍ ଗୁଡ଼ିକରେ ବ୍ୟବକ ବ୍ୟବସ୍ଥା କରାଯାଇଥିବା ବେଳେ କଟକରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି । କଟକ ଡିସିପିଙ୍କ କହିବା ଅନୁଯାୟୀ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନଘଟେ ସେନେଇ ୧୨ ପ୍ଲାଟୁନ ପୋଲିସ ମୁତୟନ ଅଛନ୍ତି । ୪ଟି ଏଡ ପୋଷ୍ଟ କରାଯାଇଛି । ସେହିପରି ରାଜ୍ୟ ସମେତ ରାଜଧାନୀ ଦିଲ୍ଲୀ ଓ ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।






More Stories
ଜିଲ୍ଲାପାଳମାଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ଚିଠି…..
ଆଜି ଲିଙ୍ଗରାଜଙ୍କ ରୁକୁଣା ରଥ…..
ଆଇଏଏସ୍ ସ୍ତରରେ ଅଦଳବଦଳ…..