ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜି ଶେଷ ହେଉଥିବା ଇ-କେଓ୍ବାଇସି ଅବଧି କୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି | ମାର୍ଚ୍ଚ ୩୧ ଯାଏଁ ଇ-କେଓ୍ବାଇସି ଅବଧି ବଢାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ନେଟ୍ଓ୍ବାର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେଓ୍ବାଇସି ଅପଡେଟ୍ ହେଉନାହିଁ। ଲୋକଙ୍କ ସମସ୍ୟାକୁ ଦୃଷ୍ଟି ରଖି ପଞ୍ଚମ ଥର ପାଇଁ ରାଜ୍ୟ ସରକାର କେ-ଓ୍ବାଇସି ଅବଧିକୁ ବୃଦ୍ଧି କରିଛନ୍ତି। ରାଜ୍ୟର ମୋଟ୍ ୩୪୧ ପଏଣ୍ଟରେ ନେଟ୍ଓ୍ବର୍କ ଡିଭାଇସ୍ ଲଗାଯିବ। ୧୧୧ଟି ସ୍ଥାନରେ ସ୍ଲୋ ନେଟଓ୍ବର୍କ ଏବଂ ୨୩୦ଟି ସ୍ଥାନରେ ଜିରୋ ନେଟ୍ଓ୍ବର୍କ ରହିଛି। ୯୦ ପ୍ରତିଶତ ଲୋକ ଇ-କେଓ୍ବାଇସି ଅପଡେଟ୍ କରିଥିବାବେଳେ ଆହୁରି ୩୩ ଲକ୍ଷ ବାକି ଅଛନ୍ତି। ନେଟ୍ଓ୍ବର୍କ ସମସ୍ୟା ସହ ବିଭିନ୍ନ କାରଣରୁ ଲୋକମାନେ ଇ-କେଓ୍ବାଇସି କରିନାହାନ୍ତି। ୨ କୋଟି ୯୯ ଲକ୍ଷ ୮ ହଜାର ୪୫୭ ଜଣ ଇ-କେଓ୍ବାଇସି କରିସାରିଲେଣି। କୌଣସି ସମସ୍ୟା ଥିଲେ ଟ୍ରୋଲ୍ ଫ୍ରି ନଂ ୧୯୬୭କୁ କଲ୍ କରି ବୁଝିପାରିବେ।






More Stories
ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ…..
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……